Latest Odisha News

BREAKING NEWS

ଶ୍ରୀମନ୍ଦିରରେ କାହିଁକି କୁହାଯାଏ ‘ମକର ଚଉରାଶି’; ଜାଣନ୍ତୁ, କ’ଣ ରହିଛି ରହସ୍ୟ !

ପୁରୀ: ଶ୍ରୀଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର । ତାଙ୍କୁ ଚଉରାଶି ଲକ୍ଷ ଯୋନିର ଦେବତା କୁହାଯାଏ । ମକର ସଂକ୍ରାନ୍ତିରେ ଉତରାୟଣ ବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ ।

ମକର ଚାଉଳରେ ବିଭିନ୍ନ ସୁମିଷ୍ଠ ଦ୍ରବ୍ୟ ମିଶାଇ ଅନ୍ନବଳି ଭାବେ ମହାପ୍ରଭୁଙ୍କ ପାଖରେ ଦିଗପାଳମାନଙ୍କୁ ସମର୍ପଣ କରାଯାଏ । ସମସ୍ତ ପ୍ରାଣୀର ମଙ୍ଗଳ ପାଇଁ ଠାକୁରଙ୍କ ପାଖରେ ୮୪ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଏହାକୁ ମକର ଚଉରାଶି କୁହାଯାଏ ।

୮୪ ପ୍ରକାର ବ୍ୟଞ୍ଜନ ଭୋଗ:

ଏହି ଭୋଗଗୁଡିକ ନାମ ହେଲା-ଜଗନ୍ନାଥ ବଲ୍ଲଭ, ଖଜା, ଗଜା, ଶୁକ୍ଳ ଫେଣୀ, ମିଠା ପେଣୀ, ଲୁଣି ଖୁରୁମା, ମିଠା ଖୁରୁମା, ବଡପୁରୀ, ସାନପୁରୀ. କାକତୁଆ ଝିଲ୍ଲୀ, ବଡନାଡୀ, ସାନନାଡୀ, କାକରା, ହଂସକେଳୀ, ଚନ୍ଦ୍ରକାନ୍ତି, ବଡା, ନାନମାନ, ବସନ୍ତ ଆରିସା, ପାଗ ଆରିସା, ମରିଚ ଲଡୁ, ବଡ କ୍ଷୀରିସା, କଦମ୍ବା, ମେଣ୍ଢା ମୁଣ୍ଡିଆ ଖେଚୁଡି, ନେତ୍ରପୁରୀ, ମଗଜ ଲଡୁ, ଅମାଲୁ, ଡାଳିମ୍ବ, ମନୋହର, ସରଭଜା, ପାରିଜାତକ, ମାଣ୍ଡୁଅ, ବଲ୍ଲଭ କୋରା, ଗୋପାଳ ବଲ୍ଲଭ, ଅମୃତ ରସାବଳୀ, ସୁଆରୀ, ଚଢ଼େଇନଦା. ବଡକାନ୍ତି, ମାଠପୁଳି, ଗରୁଡି, ନହିଆ ଖିରୀ, ବୁନ୍ଦିଆ ଖୀରୀ, ଟାକୁଆ, ପଣା, ମହାଦେଇ ଖେଚୁଡି, ମହନଭୋଗ, ଜେନାମଣି, ସୁଜିଗଜା, ବଳିବାମନ ମୁଗ. ପୋଡ ପିଠା, ମାଖନ, ଖଳି ରୁଟି, କାନିକା, ସାଧାଅନ୍ନ, ଡାଲି, ବେସର, ପାୟସ, ପୁରିଏଣ୍ଡୁରୀ, ଅଡାପାକନ, ଖୁଆମଣ୍ଡର, ଖଇରଚୁଳ, ଲକ୍ଷ୍ମୀବିଳାସ, ଘିଅନ୍ନ, ଅନ୍ନ ରସାବଳୀ, ଲଡୁ, ନଡିଆ କେଳୀ, ଖଇର ଚୁଳିଆ, ମୋତିଚୁଳ, ଧନୁ ସଂକ୍ରାନ୍ତି ପିଠା, ପନସୁଆ ଲଡୁ, ସରକୁମ୍ପା, ଅରଖପୁଲ, ବଡମ୍ବା, ଖେଇମଣ୍ଡା, ଚେନାପିଠା, ଶ୍ରୀହସ୍ତକୋରା, ରାଧାବଲ୍ଲଭ, ସାଧା ଏଣ୍ଡୁରୀ, ଚୁଲିଆକୁପଡ, ଗଇଁଠା, ଯେଉଟ, କାନଫୁଲି. ମେଣ୍ଡାସିଙ୍ଗିଆ, ଖଣ୍ଡାମଣ୍ଡା ଓ କାନ୍ତି ।

ମକର ସଂକ୍ରାନ୍ତି ଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଥାଆନ୍ତି ।

Leave A Reply

Your email address will not be published.