Latest Odisha News

BREAKING NEWS

ୟୁରୋପୀୟ ଦୌଡକୁଦ ଲାଗି ଭିସା ଚିନ୍ତାରେ ଦୂତୀ: ବୈଦେଶିକ ମନ୍ତ୍ରଣାଳୟକୁ ଲୋଡିଲେ ସାହାଯ୍ୟ

ଭୁବନେଶ୍ୱର: ପ୍ରଥମ ଭାରତୀୟ ମହିଳା ଭାବେ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ର ୧୦୦ମି. ଦୌଡରେ ସ୍ୱର୍ଣ୍ଣ ହାସଲ କରିଥିବା ଓଡିଆ ଧାବିକା ଦୂତୀ ଚାନ୍ଦ ନିଜ ଭିସା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାହାଯ୍ୟ ଲୋଡିଛନ୍ତି ।

ଏନେଇ ଦୂତୀ ଗୁରୁବାର ଦିନ ଟ୍ୱିଟ୍ କରିଛନ୍ତି ।

ଆସନ୍ତା ଅଗଷ୍ଟ ୧୩ ଓ ୧୯ ତାରିଖରେ ଆର୍ଯ୍ୟଲାଣ୍ଡ ଓ ଜର୍ମାନୀରେ ଆୟୋଜିତ ହେବାକୁ ଥିବା ଆଇଆଇଏଫ୍ ଟୁର୍ଣ୍ଣାମେଣ୍ଟ ତଥା ୟୁରୋପୀୟ ଦୌଡକୁଦରେ ଦୂତୀ ଭାଗ ନେବାକୁ ଥିବାବେଳେ ଏଯାଏଁ ତାଙ୍କର ଭିସା ସମ୍ବନ୍ଧୀୟ ଫର୍ମାଲିଟିଜ୍ ସମ୍ପୂର୍ଣ୍ଣ ହୋଇପାରିନଥିବା ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଯାହାଫଳରେ ସେ ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାହାର୍ଯ୍ୟ ଲୋଡିଛନ୍ତି।

ସୂଚନାଯୋଗ୍ୟ, ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ୨୩ ବର୍ଷୀୟ ଓଡିଆ ଧାବିକା ଦୂତୀ ଚାନ୍ଦ ୧୧.୩୨ ସେକେଣ୍ଡରେ ୧୦୦ମି. ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ ।

ଆହୁରି ମଧ୍ୟ ସେ ତୃତୀୟ ଭାରତୀୟ ମହିଳା ଭାବେ ‘ସମର୍ ଅଲମ୍ପିକ୍ସ’ର ୧୦୦ମି. ମହିଳା ବର୍ଗ ଦୌଡ ଲାଗି ଯୋଗ୍ୟତା ଅର୍ଜନ କରିପାରିଛନ୍ତି ।

Comments are closed.