ଭୁବନେଶ୍ୱର: ଟେଲି ଜଗତର ଲୋକପ୍ରିୟ ରିୟାଲିଟି ଶୋ ‘କୋନ ବନେଗା କରୋଡ଼ପତି’ରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ଦୌଡ଼ରାଣୀ ଦୂତିଚାନ୍ଦ।
ଶୋ’ର ହଷ୍ଟ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସିବେ ଦୂତୀ । ଏହାର ଶୁଟିଂ ପାଇଁ ଦୂତୀ ଶନିବାର(ଆଜି) ମୁମ୍ବାଇ ଯାଇଥିବା ଜଣାପଡିଛି ।
ଭାରତର ଏହି ଦୃତତ୍ତମ ଧାବିକା ପୂର୍ବରୁ ‘ଦ କପିଲ ଶର୍ମା ଶୋ’ ରେ ନଜର ଆସିଥିଲେ ।
ବଲିଉଡର ସେହେନସା ଅମିତାଭଙ୍କ ସହ କେବିସିର ହଟ୍ ସିଟରେ ବସିବା ସମସ୍ତଙ୍କ ସ୍ବପ୍ନ ଥାଏ । ବିଭିନ୍ନ ସମୟରେ ବିଭିନ୍ନ ସେଲିବ୍ରେଟି ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରିଥାଏ କେବିସି ।
ତେବେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଦୌଡ଼କୁ ନେଇ ନାଁ କରିଥିବା ଓଡ଼ିଆ ଝିଅ ଦୂତୀଚାନ୍ଦ ଖୁବଶୀଘ୍ର ଏହି ଶୋ’ରେ ନଜର ଆସିବେ ।
ଏହି ଶୋ’ ଆସନ୍ତା ଅକ୍ଟୋବର ୨୨ ତାରିଖରେ ସୋନି ଟିଭିରେ ପ୍ରସାରଣ ହେବା ନେଇ ସୂଚନା ମିଳିଛି ।
Comments are closed.