Latest Odisha News

BREAKING NEWS

ସୁସ୍ଥ ରହିବାର ମନ୍ତ୍ର ଶୀଘ୍ର ଶୁଅନ୍ତୁ ଓ ଶୀଘ୍ର ଉଠନ୍ତୁ

ଭୁବନେଶ୍ୱର: ପିଲାଦିନୁ ପଢି ଆସିଛେ ସ୍ୱାସ୍ଥ୍ୟ ହିଁ ଅମୁଲ୍ୟ ସମ୍ପଦ । କିନ୍ତୁ ଆଜିକାଲି ଲୋକଙ୍କର ଜୀବନଶୈଳୀ ଦେଖି ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ ହେଉନଥିବା ପରି ମନେ ହେଉଛି ।

ବିଳମ୍ବରେ ଶୋଇବା ଓ ବିଳମ୍ବରେ ଉଠିବା ଦ୍ୱାରା ବ୍ୟକ୍ତିର ଦିନଚର୍ଯ୍ୟା ଖରାପ ହେବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ। ମାନସିକ ରୋଗ, ମୋଟାପଣ, ଆଳସ୍ୟ, ହୃଦ୍‍ ରୋଗ ଓ ଦିନସାରା ଥକାପଣ ହେତୁ ଶରୀରର ଅବସ୍ଥା ଖରାପ ମଧ୍ୟ ହୋଇଯାଇଥାଏ।

ଏକ ଗବେଷଣା ମୁତାବକ, ଯେଉଁ ବ୍ୟକ୍ତି ସକାଳୁ ଶୀଘ୍ର ଉଠିଥା’ନ୍ତି ସେମାନଙ୍କଠାରେ ଅବସାଦ ହେବାର ସମ୍ଭାବନା ବହୁତ କମ୍‍ ଦେଖାଯାଏ। ଏହାଦ୍ୱାରା ହୃଦ୍‍ଘାତ, କକର୍ଟ, ଛାତି ଜନିତ ସମସ୍ୟା ଭଳି ଭୟଙ୍କର ରୋଗ ହେବାର ସମ୍ଭାବନା ମଧ୍ୟ କମ୍‍ ଥାଏ।

ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ବିଳମ୍ବରେ ଶୋଇଥା’ନ୍ତି ବା ଅଧିକ ରାତି ଯାଏ ଚାହିଁଥା’ନ୍ତି ସେମାନଙ୍କଠାରେ ଅବସାଦର ସମସ୍ୟା ଅଧିକ ଦେଖାଯାଇଥାଏ। ନିଦ୍ରାର ଅଭାବ ଅବସାଦ ସହିତ ବହୁ ରୋଗର କାରଣ ହୋଇଥାଏ।

ଗବେଷକଙ୍କ କହିବା ଅନୁସାରେ ସକାଳୁ ଶୀଘ୍ର ଉଠିବା ଓ ବାହାରେ କିଛି ସମୟ ଚାଲିବା କିମ୍ବା ବ୍ୟାୟାମ କରିବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ। ସକାଳୁ ଉଠିବା ଦ୍ୱାରା ଆପଣଙ୍କୁ ସବୁଠୁ ଶୁଦ୍ଧ ପବନ ମିଳିଥାଏ। ଏହାଦ୍ୱାରା ଫୁସ୍‍ଫୁସ୍‍ ସୁସ୍ଥ ରହିଥାଏ। ଯେଉଁ ବ୍ୟକ୍ତି ସକାଳୁ ଶୀଘ୍ର ଉଠି ବ୍ୟାୟାମ କରିଥା’ନ୍ତି, ସେମାନଙ୍କଠାରେ ହୃଦୟ ରୋଗର ସମ୍ଭାବନା ବହୁତ କମ୍‍ ଦେଖାଯାଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ଠିକ୍‍ ଭାବେ ହୋଇଥାଏ। ସକାଳୁ ଶୀଘ୍ର ଉଠିବା ଦ୍ୱାରା ଅବସାଦର ସମସ୍ୟା ମଧ୍ୟ ଦୂର ହୋଇଥାଏ।

Comments are closed.