Latest Odisha News

BREAKING NEWS

ଜାଣନ୍ତୁ ବଲିଉଡର ସମଲିଙ୍ଗୀ ସେଲିବ୍ରେଟିଙ୍କ ସମ୍ପର୍କରେ

ମୁମ୍ବାଇ: ସମ୍ବିଧାନରେ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ମିଳିବା ପରେ ଗେ’, ଲେସ୍‌ବିୟାନ ଭଳି ଶବ୍ଦ ଏବେ ସାଧାରାଣ ହୋଇଗଲାଣି । ଏହି ସମ୍ପର୍କକୁ ଆଉ କେହି ଛୋଟ ନଜରରେ ଦେଖୁ ନାହାନ୍ତି ।

ଜଣେ ପୁରୁଷ ଆଉ ଜଣେ ପୁରୁଷ ସହ ସମ୍ବନ୍ଧ ରଖିବା ବା ଜଣେ ନାରୀ ଆଉ ଜଣେ ନାରୀ ସହ ସମ୍ବନ୍ଧ ରଖିବା ଆଜିକାଲି ପିଢୀ ପାଇଁ କୌଣସି ବଡ କଥା ହୋଇନାହିଁ । ଏବେ ସମୟ ବଦଳିଯାଇଛି। ଧୀରେ ଧୀରେ ଏଭଳି ସମ୍ପର୍କକୁ ଲୋକେ ସ୍ବୀକାର କରିବାରେ ଲାଗିଲେଣି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବଲିଉଡ ସେଲିବ୍ରିଟିଙ୍କ ବିଷୟରେ କହିବୁ ଯେଉଁମାନେ ସମାଲିଙ୍ଗୀ ବୋଲି ସର୍ବସାଧାରଣରେ ଘୋଷଣା କରିଛନ୍ତି ।

କରନ ଯୋହାର

ଚର୍ଚ୍ଚିତ ଧର୍ମା ପ୍ରଡକ୍ସନ୍‌ ହାଉସର ମାଲିକ ଓ ନିର୍ଦ୍ଦେଶକ କରନ ମଧ୍ୟ ସମସ୍ତଙ୍କ ସାମ୍ନାରେ ସମଲିଙ୍ଗୀ ହେବା ନେଇ ସ୍ବୀକାର କରିଛନ୍ତି। ଅନେକ ଷ୍ଟେଜ୍‌ ସୋ’ରେ ସେ ତାଙ୍କ ସମଲିଂଗୀ ସ୍ବଭାବକୁ ନେଇ ଅତି ସାଧାରଣଭାବେ ଥଟ୍ଟାମଜା ମଧ୍ୟ କରିଥାନ୍ତି । ସେ ଗେ’ ବୋଲି ସେହି ଅନୁସାରେ ତାଙ୍କ ସହ ଅନ୍ୟ କଳାକାର ମାନେ ଥଟ୍ଟା ମଜା କଲାବେଳେ ସେ ତାକୁ ଅତି ସ୍ବଭାବିକବାବେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

ବବି ଡାର୍ଲିଂ

ପଙ୍କଜ ଶର୍ମା ତଥା ବବି ଡାର୍ଲିଂଙ୍କ ମାଆ ତାଙ୍କ ପିଲାବେଳୁ ତାଙ୍କୁ ଛାଡିଚାଲିଯାଇଥିଲେ। ତାଙ୍କର ଦେହାନ୍ତ ହୋଇଯାଇଥିଲା। ଘରେ ସମସ୍ତେ ତାଙ୍କୁ ଖରାପ ନଜରରେ ଦେଖୁଥିଲେ। ହେଲେ ସେ କେବେ ହାର ମାନିନଥିଲେ। ନିଜେ ସମଲିଙ୍ଗୀ ହୋଇଥିବାରୁ ବବି ସମଲିଙ୍ଗୀ ଅଧିକାର ପାଇଁ ବହୁତ ଲଢିଛନ୍ତି। ସେ ସମଲିଙ୍ଗୀ ବୋଲି କେବେ ସଂକୋଚ କରି ଏହାକୁ ଲୁଚାଇ ନାହାଁନ୍ତି । ୨୦୦୬ ମସିହାରେ ବବି ଡାର୍ଲିଂ ଟେଲିଭିଜନ୍‌ର ବହୁ ପ୍ରତିକ୍ଷିତ ସୋ ବିଗବସ୍‌ରେ ନଜର ଆସିଥିଲେ। ୨୩ ବର୍ଷ ବୟସ ସୁଦ୍ଧା ସେ ୧୮ଥର ସମଲିଙ୍ଗୀ ଭୂମିକା କରିବାର ରେକର୍ଡ କରିଛନ୍ତି ।

ମନୀଷ ମଲ୍‌ହୋତ୍ରା

ଚର୍ଚ୍ଚିତ ଡିଜାଇନର ମନୀଷ ନିଜ ଫ୍ୟାସନ ପାଇଁ ଅନେକ ପୁରସ୍କାର ହାସଲ କରିଛନ୍ତି। ସେ ସମଲିଙ୍ଗୀ ବୋଲି ବହୁଦିନରୁ ଚର୍ଚ୍ଚା ଚାଲିଥିଲା। ଏହି ଡିଜାଇନର ବଲିଉଡର ଅଧିକାଂଶ ଅଭିନେତ୍ରୀ ପାଇଁ ପୋଷାକ ଡିଜାଇନ୍‌ କରିଛନ୍ତି। ସେ ସମଲିଙ୍ଗୀ ବୋଲି ନିଜେ ସ୍ବୀକାର କରିଛନ୍ତି।

ସବ୍ୟସାଚୀ ମୁଖର୍ଜି

ବଲିଉଡ ଅଭିନେତ୍ରୀଙ୍କ ପୋଷାକ ଡିଜାଇନ କରୁଥିବା ଡିଜାଇନର ସବ୍ୟସାଚୀ ମଧ୍ୟ ସାଧାରଣରେ ସମଲିଙ୍ଗୀ ହୋଇଥିବା ନେଇ ସ୍ବୀକାର କରିଛନ୍ତି।

ରୋହିତ ବଲ୍

ଭାରତର ପ୍ରସିଦ୍ଧ ଫ୍ୟାସନ ଡିଜାଇନରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ବଲ୍। ଜାମ୍ମୁ କାଶ୍ମୀର ଶ୍ରୀନଗରରେ ତାଙ୍କ ଜନ୍ମ ହୋଇଥିଲା। ମିଡିଆ ଓ ସର୍ବସାଦାରଣରେ ମଧ୍ୟ ସେ ବରାବର ଘୋଷଣା କରି ଆସିଛନ୍ତି ଯେ, ସେ ସମଲିଙ୍ଗୀ ।

Leave A Reply

Your email address will not be published.