Latest Odisha News

BREAKING NEWS

କରୋନାର କରୁଣ ଚିତ୍ର: ବାହାରେ ଖାଉଛନ୍ତି ପୋଲିସ ବାବୁ, ଦୁଆରୁ ଦେଖୁଛି ଝିଅ…

ନୂଆଦିଲ୍ଳୀ: କରୋନା ମୁକାବିଲା ଲାଗି ଦେଶବ୍ୟାପୀ ଜାରି ରହିଛି ଲକଡାଉନ୍ । ଯାହାକୁ ସଫଳ ଭାବେ ପରିଚାଳନା କରିବାକୁ ଯାଇ ଦିନରାତି ପହରା ଦେଉଛନ୍ତି ପୋଲିସ ବାବୁମାନେ ।

ସେମାନେ ଲୋକଙ୍କୁ ସୁରକ୍ଷିତ ଲାଗି କଠିନ ପରିଶ୍ରମ କରୁଥିବା ବେଳେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଜଣେ ପୋଲିସ କର୍ମୀଙ୍କ ଫଟୋ । ଯାହାକୁ ଦେଖିଲେ ଆପଣା ଛାଏଁ ଆପଣଙ୍କ ଆଖି ଲୁହରେ ଭରିଯାଇପାରେ ।

ଯେଉଁଥିରେ ଜଣେ ପୋଲିସ ବାବୁ ଘରେ ବାହାରେ ବସି ଖାଦ୍ୟ ଖାଉଥିବା ବେଳେ ଟିକେ ଦୂରରେ ଛିଡାହୋଇ ତାଙ୍କୁ ଚାହିଁ ରହିଛି କୁନି ଝିଅ ।

ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ଫଟୋଟି ଇନ୍ଦୋର ଅଞ୍ଚଳର । ଉକ୍ତ ଫଟୋରେ ପୋଲିସ ବାବୁ ବାହାରେ ବସି ଖାଉଥିବା ବେଳେ ଘର ଦୁଆର ପାଖରେ ଛିଡା ହୋଇଥିବା କୁନି ଝିଅକୁ ସେ ମଧ୍ୟ ଚାହୁଁଛନ୍ତି ।

ଏନେଇ ଟ୍ୱିଟ୍ କରିଛନ୍ତି ଉତ୍ତରପ୍ରଦେଶ ଅଯୋଧ୍ୟାର ଏସଏସପି ଆଶିଷ ତିୱାରୀ ।

Leave A Reply

Your email address will not be published.