Latest Odisha News

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

କେନ୍ଦୁଝର: ଆକ୍ସନ ମୋଡରେ କମିଶନରେଟ ପୋଲିସ । ପାର୍ବଣ ପୂର୍ବରୁ ଅପରେଶନ ହ୍ଵାଇଟ ସ୍ପାଇଡର ଉପରେ STF ର ଜିରୋ ଟଲେରାନ୍ସ । ବ୍ରାଉନସୁଗାର କାରବାରରେ ଆଜି ଜଣଙ୍କୁ ଗିରଫ କରିଛି ଏସଟିଏଫ । କେନ୍ଦୁଝର ଜୁଡିସିଆଲ କୋର୍ଟ ପିଅନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ୫୨୦ଗ୍ରାମର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ।

ସୂଚନା ଅନୁସାରେ, ମାରୁତି କାରରେ ଆଜି ଏହି ଧଳାଜହର ଚାଲାଣ ହେଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ କେନ୍ଦୁଝର ଜୁଡିସିଆଲ କୋର୍ଟ ପିଅନ ଦେବାନନ୍ଦ ସାମଲଙ୍କୁ ଗିରଫ କରିଛି । ତାଙ୍କଠାରୁ ଜବତ କରାଯାଇଥିବା ବ୍ରଉନସୁଗାରର ଆନୁମାନିକ ମୁଲ୍ୟ ପ୍ରାୟ ଏକ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି । କେସ ନମ୍ବର ୩୮୦, NDPS Act ୧୯୮୫ରେ ତଦନ୍ତ ଜାରି ରଖିଛି ଏସଟିଏଫ । ତେବେ ପାର୍ବଣକୁ ଦୃଷ୍ଟିରେ ରଖି ଆଗକୁ ମଧ୍ୟ ଅପରେଶନ ହ୍ଵାଇଟ ସ୍ପାଇଡର ଅଭିଯାନ ଜାରି ରହିବ ବୋଲି STF ଏସପି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.