Latest Odisha News

BREAKING NEWS

ଭେନେଜୁଏଲାରେ ପ୍ରଳୟଙ୍କାରୀ ଭୂମିକମ୍ପ ପରେ ଥରିଲା ପାକିସ୍ତାନ…

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ହୋଇଥିବା ଭୟଙ୍କର ଭୂମିକମ୍ପରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପାରିନାହିଁ। ଆଉ ଏବେ ପଡ଼ୋଶୀ ପାକିସ୍ତାନରେ ମଧ୍ୟ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି।

ଶନିବାର ସକାଳେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଡେରା ଗାଜି ଖାନ ଅଞ୍ଚଳ ନିକଟରେ ୫.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ସୂଚନା ମିଳିନାହିଁ। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

ସୂଚନା ଅନୁଯାୟୀ, ଶନିବାର ସକାଳେ ପାକିସ୍ତାନ ସମୟ ଅନୁସାରେ ସକାଳ ୮:୫୩ ରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ମାପ କରାଯାଇଥିଲା। ଡେରା ଗାଜି ଖାନ ନିକଟରେ ଭୂପୃଷ୍ଠରୁ ପ୍ରାୟ ୭୫ କିଲୋମିଟର ତଳେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

ତେବେ ଶୁକ୍ରବାର ପୂର୍ବରୁ ବେଲୁଚିସ୍ତାନର ଅନେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାକିସ୍ତାନ ଏକ ଭୂମିକମ୍ପ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ଅବସ୍ଥିତ, ଯାହା କାରଣରୁ ଏଠାରେ ବାରମ୍ବାର ଭୂମିକମ୍ପ ହୁଏ।

ଉଲ୍ଲେଖଯୋଗ୍ୟ, ଏହି ସପ୍ତାହର ଆରମ୍ଭରେ ଭେନେଜୁଏଲାରେ ଘଟିଥିବା ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୯୨୦କୁ ବୃଦ୍ଧି ପାଇଛି। ଜରୁରୀକାଳୀନ କାର୍ଯ୍ୟରେ ସହାୟତା ପାଇଁ ଅନ୍ତର୍ଜାତୀୟ ଉଦ୍ଧାରକାରୀ ଦଳ ପହଞ୍ଚିଥିବା ବେଳେ ଭଗ୍ନାବଶେଷ ତଳୁ ଜୀବନ ଉଦ୍ଧାର କରାଯାଉଛି।

Comments are closed.