Latest Odisha News

BREAKING NEWS

ଦିଲ୍ଲୀରେ ଭୂକମ୍ପ; ଆଫଗାନିସ୍ଥାନରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ଅଞ୍ଚଳ, ପଞ୍ଜାବ, ହରିୟାଣାରେ ଶୁକ୍ରବାର ଦିନ ସନ୍ଧ୍ୟା ୫ଟା ୧୨ରେ ଭୂକମ୍ପ ଅନୁଭୂତ ହୋଇଛି ।

ଆଜି ଘଟିଥିବା ଭୂକମ୍ପର ମୁଖ୍ୟ କେନ୍ଦ୍ରସ୍ଥଳୀ ଥିଲା ଆଫଗାନିସ୍ଥାନ, ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି ।

ଦିଲ୍ଲୀରେ ଏହି ଭୂକମ୍ପ ପ୍ରାୟ ୨୫ ସେକେଣ୍ଡ ଧରି ଅନୁଭୂତ ହୋଇଛି । ଲୋକମାନେ ଅନୁମାନ କରିପାରି ଘର ଓ ଆପାର୍ଟମେଣ୍ଟ ବାହାରକୁ ଚାଲିଆସିଥିଲେ । ସେହିପରି ଜମ୍ମୁ-କାଶ୍ମୀର ର ଶ୍ରୀନଗରରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ କରିହୋଇଛି । ସେହିପରି ଚଣ୍ଡିଗଡ଼ରେ ମଧ୍ୟ ଭୂକମ୍ପର ଝଟକା ଲୋକମାନେ ଜାଣିପାରିଛନ୍ତି ।

Leave A Reply

Your email address will not be published.