Latest Odisha News

BREAKING NEWS

‘ପାର୍ସଲ ଏକ୍ସପ୍ରେସ ଟ୍ରେନ’ରେ ପାର୍ସଲ ବୁକିଂ ପାଇଁ ଜାରି ହେଲା ହେଲ୍ପଲାଇନ ନଂ

ଭୁବନେଶ୍ୱର: କୋଭିଡ଼୍‌-୧୯ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶସାରା ଲକଡାଉନ ଜାରି ରହିଥିବା ବେଳେ ଆବଶ୍ୟକୀୟ ପଦାର୍ଥର ପରିବହନ ଲାଗି ଆଗେଇ ଆସିଛି ପୂର୍ବତଟ ରେଳବାଇ।

ଏପରିକି ପୂର୍ବତଟ ରେଳପଥ ପକ୍ଷରୁ ଅବିରାମ ଗତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେଶର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଇବା ନିମନ୍ତେ ଏହାର ପରିସୀମା ମଧ୍ୟରେ ଟାଇମ୍ ଟେବୁଲ୍ ପାର୍ସଲ ଏକ୍ସପ୍ରେସ୍ ଚଳାଚଳ ନିଶ୍ଚିତ କରାଯାଇଛି।

ଏହି ପାର୍ସଲ ସାମଗ୍ରୀ ଏକ୍ସପ୍ରେସ୍ ଟ୍ରେନ୍‌ରେ ପାର୍ସଲ ବୁକ୍ କରିବା ନିମନ୍ତେ ହେଲପ୍ ଲାଇନ୍ ନମ୍ବର ଫୋନ୍ ୮୪୫୫୮୮୫୯୯୯କୁ ଯୋଗାଯୋଗ କରି ନିଜ ନିଜର ସାମଗ୍ରୀର ରେଜିଷ୍ଟ୍ରି କରି ନେବାକୁ ପୂର୍ବ ତଟ ରେଳପଥ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଆବଶ୍ୟକସ୍ଥଳେ ପାର୍ସେଲ୍ ବୁକିଂ ପାଇଁ ଏହି ଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ ରେଳବାଇ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.