Latest Odisha News

BREAKING NEWS

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ ।

ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି ।

କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା ଖାଇଲେ ଏହି ରୋଗ ହେବକି ଆସନ୍ତୁ ଜାଣିବା…

ମିଠା ଖାଇବା ଯୋଗୁଁ ମଧୁମେହ ରୋଗ ହୋଇ ନଥାଏ । ଅଧିକ ଜଙ୍କ ଫୁଡ଼୍ ବା ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢାଇଥାଏ। ଯଦି ଆପଣ ଜଙ୍କ ଫୁଡ଼୍ ବା ଶର୍କରା ଜାତୀୟ ଖାଦ୍ୟ ଖାଇବା ପରେ ମଧ୍ୟ ନିଜ ଓଜନକୁ ନିୟନ୍ତ୍ରଣରେ ରଖି ପାରୁଛନ୍ତି ତେବେ ଆପଣ ଏହି ରୋଗର ଶିକାର ହୋଇ ନପାରନ୍ତି ।

ଯେଉଁ ଲୋକମାନଙ୍କର ନିଦ ପୁରା ହୋଇ ନଥାଏ । ସେମାନଙ୍କ ପାଖରେ ଏହି ରୋଗ ଦେଖା ଯାଇଥାଏ ।

ସବୁବେଳେ ଚିନ୍ତାରେ ରହିବା ଦ୍ୱାରା ଶରୀରରେ ସର୍କରା ସ୍ତର ବଢ଼ିଥାଏ । ଯଦି ଆପଣ କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ ଆପଣ ଖୁବ୍ ଶୀଘ୍ର ଏହି ରୋଗରେ ପଡ଼ିବାର ସମ୍ଭାବନା ଖୁବ ଅଧିକ ।

Leave A Reply

Your email address will not be published.