Latest Odisha News

BREAKING NEWS

ଏବେ ଆଧାର ଜରିଆରେ ଟ୍ରେନ ଯାତ୍ରା ହୋଇଯିବ ବହୁତ ସହଜ, ଜାଣନ୍ତୁ କିପରି

ଭୁବନେଶ୍ୱର: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଥର ଆଧାର କାର୍ଡ ଜରିଆରେ ଟ୍ରେନ ଯାତ୍ରା କରିବା ହୋଇଯିବ ବହୁତ ସହଜ।

ଭାରତୀୟ ରେଳବାଇ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)ରେ ଟ୍ରେନ ବୁକିଂ କରିବା ପାଇଁ ଆଧାର ଭେରିଫିକେସନ କରିବା ପରେ ୧୨ଟି ଟ୍ରେନ ଟିକେଟ ବୁକ୍‌ କରିପାରିବେ।

ସୂଚନାଯୋଗ୍ୟ,ଟ୍ରେନ ଟିକେଟ ବୁକ୍‌ କରିବା ପାଇଁ ଆଧାର ନମ୍ବର ଅନିବାର୍ଯ୍ୟ ନୁହେଁ , କିନ୍ତୁ ବିନା ଆଧାର କାର୍ଡରେ ଆପଣ ମାସକୁ ୬ରୁ ଅଧିକ ଟିକେଟ କରିପାରିବେ ନାହିଁ ।

କିପରି କରିବେ ଆଧାର କାର୍ଡ ଲିଙ୍କ

-ଆଇଆରସିଟିସରେ ନିଜର ଆଧାର ନମ୍ବର ଲିଙ୍କ କରିବା ପାଇଁ ବ୍ୟବହାରକାରୀଙ୍କୁ ନିଜର ଆଇଆରସିଟିସିର ଆକାଉଣ୍ଟକୁ ଯିବାକୁ ପଡିବ।

– ଏହା ପରେ ମାଇଁ ପ୍ରୋଫାଇଲି ଯାଇ ଅପଡେଟ ଆଧାରରେ କ୍ଲିକ କରନ୍ତୁ।

– ଆଧାର କାର୍ଡ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଯିବ।

– ଏହି ଓଟିପିକୁ ଆଇଆରସିଟିସିରେ ଦେବାକୁ ହେବ।

-ଏହାପରେ ଆପଣଙ୍କ ଆଧାର ନମ୍ବର ଆଇଆରସିଟିସି ଆକାଉଣ୍ଟରେ ଲିଙ୍କ ହୋଇଯିବ।

ଏପରି ହୋଇଗଲେ ଆପଣ ମାସକୁ ୧୨ଟି ଟିକେଟ ବୁକ୍‌ କରିପାରିବେ।

Leave A Reply

Your email address will not be published.