Latest Odisha News

BREAKING NEWS

ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ଆଇଏଏସ୍ ଅଧିକାରୀ ଗଗନ ଧଳ: ଓଡିଶା ସରକାର

ଭୁବନେଶ୍ୱର: ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ବ୍ୟକ୍ତିଗତ ତଥା ପାରିବାରିକ କାରଣରୁ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିବା ନେଇ ଶୁକ୍ରବାର ଦିନ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ପ୍ରତିକ୍ରିୟା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ସେ ଅନେକ ଦିନ ଧରି କୃଷି ଉତ୍ପାଦନ କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ମୁଖ୍ୟ ଶାସନ ସଚିବ ଭାବେ ଅସିତ ତ୍ରିପାଠୀଙ୍କ ନିଯୁକ୍ତି ପରେ ସେ ନିଜ ଇସ୍ତଫା ପ୍ରଦାନ କରିଥିଲେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ସେ ଗତ ଅଗଷ୍ଟ ୬ ତାରିଖ ଦିନ ପଦବୀ ଛାଡିଥିଲେ ।

ସେ ଦେଇଥିବା ଦରଖାସ୍ତ ବର୍ତ୍ତମାନ ସରକାରଙ୍କ ବିଚାରାଧିନ ରହିଥିବା ନେଇ ସୂଚନା ମିଳିଛି ।

ମାତ୍ର ଏବେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ହେଉଛି ଯେ, ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦେବା ପରେ ୧୯୮୩ ବ୍ୟାଚର ଆଇଏଏସ ଅଧିକାରୀ ଶ୍ରୀ ଧଳ ଇସ୍ତଫା ପ୍ରଦାନ କରିଥିଲେ ।

୧୯୮୫ ବ୍ୟାଚ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ୨୦୨୦ ମସିହା ଜାନୁଆରୀ ମାସରେ ଅବସର ନେଇଥାନ୍ତେ ।

Leave A Reply

Your email address will not be published.