Latest Odisha News

BREAKING NEWS

ମୌସୁମୀ ସମୟରେ ପ୍ରାକ୍ ସାବଧାନତା ଅବଲମ୍ବନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିରାପତ୍ତା କଡ଼ାକଡ଼ି

ଭୁବନେଶ୍ୱର: ମୌସୁମୀ ସମୟରେ ଚାଲୁଥିବା ଟ୍ରେନ୍ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳବାଇ ସତର୍କତାମୂଳକ ଗ୍ରହଣ କରିଛନ୍ତି।

ଯାତ୍ରୀଙ୍କ ସୁରକ୍ଷା ତଥା ରେଳ ଚଳାଚଳ ପାଇଁ ରେଳ ଟ୍ରାକ୍ ନିକଟରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଘଟିଥିବା କୌଣସି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଟ୍ୟାଙ୍କର ଏବଂ କାର୍ଯ୍ୟର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ଜଳସେଚନ ବିଭାଗର ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜାଣନ୍ତୁ, କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି।

  • ରେଳ ପୋଲ, ଟ୍ରାକ୍‌, ୟାର୍ଡ଼ ଏବଂ ସାଙ୍କେତିକ ପ୍ରଣାଳୀ ପ୍ରତି ସତର୍କ ଦୃଷ୍ଟି ।
  • ଟ୍ରେନ୍ ଏବଂ ପୋଲମାନଙ୍କରୁ ପଟୁମାଟି, ଝାଡ଼ି ଏବଂ ଅନ୍ୟ ବାଧକକୁ ସଫା କରାଯାଉଛି ।
  • ସବୁ ସ୍ତରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖାଯାଉଛି ।
  • ସମ୍ବେଦନଶୀଳ ସ୍ଥାନମାନଙ୍କରେ ଜଗୁଆଳୀ ପ୍ରହରା ।
  • ପ୍ରବଳ ବର୍ଷା ସମୟରେ ଲେନ୍‌ଟ୍ରାକ୍ ସୁରକ୍ଷା ପାଇଁ ଗ୍ୟାଙ୍ଗମ୍ୟାନ୍ ନିୟୋଜନ ।
  • ନିରାପତ୍ତା ବିଭାଗ ସହ ଲଗାତର ସମ୍ପର୍କ ।
  • ସଙ୍କଟକାଳୀନ ପରିସ୍ଥିତିରେ ଅତିରିକ୍ତ ନିୟନ୍ତ୍ରଣ କକ୍ଷ ସହ ଆପାତକାଳୀନ ପ୍ରବନ୍ଧନ କକ୍ଷ ଖୋଲାଯିବ ।
  • ପ୍ରବଳ ବର୍ଷାଜନୀତ ବନ୍ୟା ପରିସ୍ଥିତି ସମୟରେ ରେଳ ଚଳାଚଳ କ୍ଷେତ୍ରରେ ବାଧାକୁ ହ୍ରାସ କରିବା ସହ ଯାତ୍ରା ଟ୍ରେନ୍‌ଗୁଡ଼ିକର ନିରାପତ୍ତା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ସାବଧାନତା ଓ ସୁରକ୍ଷିତ ପଦକ୍ଷେପମାନ ଯୋଜନା କରାଯାଇ ସତର୍କତା ଅବଲମ୍ବନ କରାଯିବାକୁ ଯୋଜନା କରାଯାଇଛି ।
Leave A Reply

Your email address will not be published.