Latest Odisha News

BREAKING NEWS

ବେସନ ବ୍ୟବହାର କରି ଏଭଳି ନିଅନ୍ତୁ ତ୍ବଚାର ଯତ୍ନ…

ଭୁବନେଶ୍ୱର: ସାମ୍ପ୍ରତିକି ଲକଡାଉନ ସ୍ଥିତିରେ ପ୍ରାୟ ସମସ୍ତ ବିଉଟି ପାର୍ଲର, ସେଲୁନ୍ ଓ ସ୍ପା ବନ୍ଦ ରହିଛି। ଏଭଳି ସମୟରେ ମହିଳାମାନେ ନିଜ ରୋଷେଇ ଘରେ ଖୁବ ସହଜରେ ମିଳୁଥିବା ବେସନକୁ ବ୍ୟବହାର କରି ନିଜ ପାଇଁ ଫେସ ମାସ୍କ ଓ ଫେସ ପ୍ୟାକ୍ସ ବନାଇ ନିଜ ତ୍ୱଚାର ଯତ୍ନ ନେଉଛନ୍ତି।

ଖାଲି ଯେ ସାଧାରଣ ମହିଳା ଏହି ବେସନ ତିଆରି ପ୍ୟାକ୍ସ ବ୍ୟବହାର କରୁଛନ୍ତି ତା ନୁହେଁ ବରଂ ଅନେକ ଫିଲ୍ମ ତାରକା ଓ ସେଲିବ୍ରିଟି ମଧ୍ୟ ଏହି ଘରୋଇ ଉପଚାରକୁ ଆପଣାଇଛନ୍ତି।

ବେସନ ଶୁଷ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥିଲା ବେଳେ ଜାଣନ୍ତୁ କିପରି ତିଆରି କରିବେ ବେସନ ଫେସ୍ ମାସ୍କ..

ବେସନ ପ୍ୟାକ ବନେଇବା ପାଇଁ ବେସନ ଓ କ୍ଷୀର କୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ତିଆରି କରି ନିଜ ମୁହଁରେ ଲଗାନ୍ତୁ। ୧୦ ମିନିଟ ଯାଏଁ ଏହାକୁ ଶୁଖିବାକୁ ଛାଡି ଦେଇ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ତ୍ୱଚା କେତେ ମୁଲାୟମ ହେଇଯିବ।

ବର୍ଷା ସମୟରେ ଶୁଷ୍କ ଚେହେରାରେ ବେସନ ପ୍ୟାକ ଖୁବ ଲାଭଦାୟକ।

ବିଶେଷଜ୍ଞଙ୍କ ମତରେ ବେସନରେ ଭଲ ପରିମାଣର ଜିଙ୍କ ମହଜୁଦ ଥିବା ରୁ ଏହା ବ୍ରଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ୨ ଚାମଚ ବେସନ, ୨-୩ ବୁନ୍ଦା ଟି ଟ୍ରି ଅଏଲ ଓ ଏକ ଚାମଚ ଗୋଲାପ ଜଳ କୁ ମିଶେଇ ଫେସ ମାସ୍କ କରି ମୁହଁରେ ଲଗେଇଲେ ବ୍ରଣରୁ ମୁକ୍ତି ମିଳିଥାଏ।

Leave A Reply

Your email address will not be published.