Latest Odisha News

BREAKING NEWS

ଛତିଶଗଡ ଅବକାରୀ ଦୁର୍ନୀତି, ଗିରଫ ହେଲେ ପୂର୍ବତନ ଆଇଏଏସ୍ ଅଫିସର

ରାୟପୁର: ଛତିଶଗଡ ଅବକାରୀ ଦୁର୍ନୀତି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନିଲ ଟୁଟେଜାଙ୍କୁ ଗିରଫ କରିଛି ଇଡି । ୨୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏହି ଅବକାରୀ ଦୁର୍ନୀତି ମାମଲାରେ ଗତ ଏପ୍ରିଲ ୮ ରେ ଚାର୍ଜସିଟ ଦାଖଲ କରିଥିଲା ଇଡି ।

ସୂଚନା ଅନୁଯାୟୀ, ପୂର୍ବରୁ ଏହି ମାମଲାରେ କୌଣସି ପ୍ରମାଣ ମିଳିପାରିନଥିବାରୁ କୋର୍ଟ ଏହି ମାମଲାକୁ ବନ୍ଦ କରିଦେଇଥିଲେ । କିନ୍ତୁ ଗତକାଲି ଇଡି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅନିଲ ଟୁଟେଜା ଏବଂ ଅନ୍ୟମାନଙ୍କ ବିରୋଧରେ ଏକ ନୂତନ ଇସିଆଇଆର ପଞ୍ଜିକରଣ କରି ଟୁଟେଜାଙ୍କୁ ଗିରଫ କରିଛି ଇଡି । ପୂର୍ବତନ ଆଇଏଏସ୍ ଅନିଲ ଟୁଟେଜା ମଦ ବ୍ୟବସାୟୀ ଏବଂ କିଛି ରାଜନେତାଙ୍କ ସହଯୋଗରେ ଏହି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅନିଲ ଟୁଟେଜା କର୍ମକ୍ଷେତ୍ରରୁ ଅବସର ନେଇଥିଲେ। ଆୟକର ବିଭାଗର ଅଭିଯୋଗକୁ ଆଧାର କରି ସୁପ୍ରିମକୋର୍ଟ ଏହାର ପୂର୍ବ ଏଫ୍ଆଇଆର୍ କୁ ଖାରଜ କରିବା ପରେ ଇଡି ଅଭିଯୋଗରେ ମଦ ଦୁର୍ନୀତିରେ ଏକ ନୂତନ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଗତ ବର୍ଷ ଜୁଲାଇରେ, ଇଡି ରାୟପୁରର ଏକ ପିଏମଏଲଏ ଅଦାଲତରେ ମଦ ଦୁର୍ନୀତି ମାମଲାରେ ଚାର୍ଜସିଟ ଦାଖଲ କରିଥିଲା । ​​ଯେଉଁଥିରେ ୨୦୧୯ ରେ ଆରମ୍ଭ ହୋଇଥିବା ମଦ ଦୁର୍ନୀତିରେ ୨,୧୬୧ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।

ଇଡି ଦାବି କରିଛି ଯେ ଅନିଲ ତୁଟେଜା ଏବଂ ବ୍ୟବସାୟୀ ଅନୱାର ଧେବରଙ୍କ ନେତୃତ୍ୱରେ ଏକ ଅପରାଧିକ ସିଣ୍ଡିକେଟ୍ ଏହି ଟଙ୍କାକୁ ଲୁଟିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଛତିଶଗଡର ଆର୍ଥୀକ ଅପରାଧ ଶାଖା/ ଦୁର୍ନୀତି ନିବାରଣ ବ୍ୟୁରୋ ମଧ୍ୟ ଇଡି ରିପୋର୍ଟକୁ ଭିତ୍ତିକରି ମଦ ଦୁର୍ନୀତିରେ କଂଗ୍ରେସ ନେତାଙ୍କ ସମେତ ୭୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

 

 

Leave A Reply

Your email address will not be published.