Latest Odisha News

ବହୁ ଚର୍ଚ୍ଚିତ ‘ଆଇଏନଏକ୍ସ ମନି ଲଣ୍ଡରିଂ’ ମାମଲା, କାର୍ତ୍ତି ଚିଦାମ୍ବରମ ଏବଂ ଅନ୍ୟମାନଙ୍କ ୧୧ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ‘ଆଇଏନଏକ୍ସ ମନି ଲଣ୍ଡରିଂ’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍‌ ଏବଂ ଅନ୍ୟମାନଙ୍କ ମାଲିକାନାରେ ଥିବା ପ୍ରାୟ ୧୧.୦୪ କୋଟି ଟଙ୍କା ମୂଲ୍ୟର ୪ଟି ସମ୍ପତ୍ତି ମଙ୍ଗଳବାର ଦିନ ‘ଆଟାଚ୍’ କରିଥିବା ସାମ୍ନାକୁ ଆସିଛି। ଇଡି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କାର୍ତ୍ତିଙ୍କୁ ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌’ (ପିଏମ୍‌ଏଲ୍‌ଏ) ଅନୁଯାୟୀ ‘ପ୍ରୋଭିଜ୍‌ନାଲ୍‌’ ଆଦେଶନାମା ମଧ୍ୟ ଜାରି କରାଯାଇଛି।। ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି ଯେ, ‘ଆଟାଚ୍‌’ ହୋଇଥିବା ୪ଟି ସମ୍ପତ୍ତି ମଧ୍ୟରୁ ଗୋଟିଏ ହେଉଛି କର୍ଣ୍ଣାଟକର କୂର୍ଗ ଜିଲ୍ଲାରେ ଅବସ୍ଥିତ ସ୍ଥାବର ସମ୍ପତ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରୁ ସାଂସଦ ଅଛନ୍ତି ଏବଂ ତାଙ୍କୁ ଆଇଏନଏକ୍ସ ମାମଲାରେ ସିବିଆଇ ଏବଂ ଇଡି ଉଭୟ ପୂର୍ବରୁ ଗିରଫ କରିଥିଲେ । ଇଡି ଆଇଏନଏକ୍ସ ମିଡିଆ ଗ୍ରୁପକୁ ବିଦେଶୀ ନିବେଶ ପ୍ରୋମସନ ବୋର୍ଡ (ଏଫଆଇପିବି) ମଞ୍ଜୁରୀ ଦେବାରେ କଥିତ ଅନିୟମିତତାର ଯାଞ୍ଚ ପାଇଁ ୨୦୧୭ରେ ପିଏମଏଲଏ ଆଧାରରେ ଅପରାଧିକ ମାମଲା ରୁଜୁ କରିଥିଲା ।

ସିବିଆଇ’ ପଞ୍ଜିକୃତ କରାଇଥିବା ଏଫ୍‌ଆଇଆରକୁ ଆଧାର କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‌, ‘ଆଡ୍‌ଭେଣ୍ଟେଜ୍‌ ଷ୍ଟ୍ରାଟେଜିକ୍‌ କନ୍‌ସଲ୍‌ଟିଙ୍ଗ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ଏବଂ ଅନ୍ୟମାନଙ୍କ ବିପକ୍ଷରେ ତଦନ୍ତ ଆରମ୍ଭ କରିଥିଲା। ନିର୍ଦ୍ଦେଶାଳୟ କରିଥିବା ତଦନ୍ତରୁ ଜଣାପଡ଼ିଲା ଯେ, ଅଭିଯୁକ୍ତ କାର୍ତ୍ତିଙ୍କ ନିୟନ୍ତ୍ରଣରେ ଥିବା କେତେକ ବେନାମୀ କମ୍ପାନି ଜରିଆରେ ସେ ‘ଆଇଏନ୍‌ଏକ୍ସ ମିଡିଆ’ଠାରୁ ପ୍ର‌ତ୍ୟକ୍ଷ ବା ପରୋକ୍ଷ ଭାବେ ଅର୍ଥ ଗ୍ରହଣ କରିଛନ୍ତି। ଅଭିଯୋଗ ହୋଇଛି ଯେ, ତତ୍‌କାଳୀନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମ୍‌ ‘ଆଇଏନ୍‌ଏକ୍ସ ମିଡିଆ’କୁ ଏଫ୍‌ଆଇପିବି ଅନୁମୋଦନ କରାଇ ଦେଇଥିଲେ। ଯେଉଁଥିପାଇଁ ସମୁଦାୟ ୬୫.୮୮ କୋଟି ଟଙ୍କା ଅର୍ଥ ଲାଞ୍ଚ ନିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ଙ୍କ ପୁତ୍ର କାର୍ତ୍ତି ଚିଦମ୍ବରମ୍‌ ସମ୍ପ୍ରତି ତାମିଲ୍‌ନାଡୁ ଅନ୍ତର୍ଗତ ଶିବଗଙ୍ଗା ଲୋକସଭା ଆସନର ସାଂସଦ ଅଛନ୍ତି। ‘ଆଇଏନ୍‌ଏକ୍ସ୍‌’ ମାମଲାରେ ଉଭୟ ‘ସିବିଆଇ’ ଓ ‘ଇଡି’ଙ୍କ ଦ୍ବାରା କାର୍ତ୍ତି ଚିଦମ୍ବରମ୍‌ ଗିରଫ ହୋଇଥିଲେ।

Leave A Reply

Your email address will not be published.