Latest Odisha News

ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା; ଆହୁରି ବଢିବ

ଭୁବନେଶ୍ୱର: ସକାଳୁ ସକାଳୁ ଅସହ୍ୟ ତାତି । ତତଲା ହାୱାରେ ସାରା ରାଜ୍ୟ ଜଳୁଛି । ରାଜଧାନୀ ଅବସ୍ଥା ତ  ଅସମ୍ଭାଳ। ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିଲା ।  ହେଲେ ପରେ ପରେ ପାରଦ ଉପରକୁ ଉଠୁଛି । ଅତିଷ୍ଠ କରି ଦେଉଛି । ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ରାଜଧାନୀ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଥିଲା ।

ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ଛୁଇଁଥିବାବେଳେ  କେନ୍ଦୁଝର: ୩୯.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୯.୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୮ ଡ଼ିଗ୍ରୀ, ହୀରାକୁଦରେ ୩୭.୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୪ ଡ଼ିଗ୍ରୀ,  ପୁରୀରେ ୩୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ ଏବଂ ପାରାଦୀପରେ ୩୨.୪ ଡ଼ିଗ୍ରୀ ରହିଛି ।

ଗତକାଲି ମଧ୍ୟ ରାଜ୍ୟର ସର୍ବାଧିକ ତାପମାତ୍ରା  ବାରିପଦା ଏବଂ ଝାରସୁଗୁଡାରେ ୪୪ ଟପିଥିଲା । ଦୁଇ ସହରରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜଲ୍ଲା ପାଇଁ ହିଟୱେଭ୍ ସତର୍କତା ଜାରି କରାଯାଇଛି । ଏପରିକି ଆଜି  ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ ।

ଖରାକୁ ଦେଖି ସରକାର ଦୁଇ ଦିନ ପାଇଁ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ।

Leave A Reply

Your email address will not be published.