Latest Odisha News

ପୁଣିଥରେ ଦଳକୁ ଫେରିବାକୁ ଚାହୁଁଛନ୍ତି ମୁକୁଲ ରୟ : ବିଜେପି କହିଲା ତାଙ୍କୁ ନେବାକୁ ଇଚ୍ଛା ନାହିଁ

କୋଲକାତା: ଟିଏମ୍‌ସି-ବିଜେପି-ଟିଏମ୍‌ସି ଏବେ ପୁଣି ବିଜେପିକୁ ଫେରିବାକୁ ଚାହୁଁଛନ୍ତି ପଶ୍ଚିମବଙ୍ଗର ବରିଷ୍ଠ ନେତା ମକୁଲ ରୟ। ଏଥିପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ପୁଣିଥରେ ଦଳକୁ ଫେରିଆସିବାକୁ ଚାହୁଁଥିବା କହିବେ ବୋଲି ମୁକୁଲ କହିଛନ୍ତି। ନିଜକୁ ଜଣେ ବିଜେପି ବିଧାୟକ ବୋଲି ପରିଚୟ ଦେଇ ମୁକୁଲ କହିଛନ୍ତି “ମୁଁ ବିଜେପି ବିଧାୟକ। ମୁଁ ବିଜେପି ସହ ରହିବାକୁ ଚାହେଁ। ମୋର ଏଠି(ଦିଲ୍ଲୀ)ରେ ରହିବାରେ ଦଳ ସବୁ ବ୍ୟବସ୍ଥା କରିଛି। ମୁଁ ଅମିତ ଶାହଙ୍କୁ ଭେଟିବା ସହ ଜେପି ନଡ୍ଡାଙ୍କ ସହ କଥା ହେବାକୁ ଚାହେଁ।”

ସୂଚନା ଥାଉକି ମମତାଙ୍କ ସହ ସମ୍ପର୍କ ଖରାପ ହେବା ପରେ ମୁକୁଲ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ। ତେବେ ୨୦୧୯ ନିର୍ବାଚନ ଜିତି ଟିଏମ୍‌ସି କ୍ଷମତାକୁ ଆସିବା ପରେ ମୁକୁଲ ପୁଣିଥରେ ଟିଏମ୍‌ସିକୁ ଫେରିଥିଲେ। ସୋମବାର ରାତିରେ ମୁକୁଲ ବ୍ୟକ୍ତିଗତ କାମରେ ଦିଲ୍ଲୀ ଗସ୍ତ କରିଥିଲେ। ଏହାପରେ ତାଙ୍କ ପରିବାର ମୁକୁଲ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ମୁକୁଲଙ୍କ ମାନସିକ ଅବସ୍ଥା ଭଲ ନାହିଁ। ବିଜେପି ମନ୍ଦ ରାଜନୀତି କରି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

ଅନ୍ୟପଟେ ମୁକୁଲ କହିଛନ୍ତି ଯେ ତାଙ୍କ ଶରୀର ଅସୁସ୍ଥ ଥିବାରୁ ସେ ରାଜନୀତି ଠାରୁ ଦୂରେଇ ଯାଇଥିଲେ। ହେଲେ ଏବେ ସେ ସୁସ୍ଥ ଅଛନ୍ତି। ସେ ୧୦୦ ପ୍ରତିଶତ ଟିଏମ୍‌ସି ସହ ନାହାନ୍ତି ବୋଲି ମୁକୁଲ କହିଛନ୍ତି। ଏଥିସହିତ ତାଙ୍କ ପୁଅଙ୍କୁ ମଧ୍ୟ ବିଜେପିରେ ଯୋଗ ଦେବାକୁ ମୁକୁଲ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ମୁକୁଲଙ୍କ ପୁଅ ଶୁଭ୍ରାଂଶୁ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ସହ ତାଙ୍କୁ ଡିମେନ୍ସିଆ ଆଣ୍ଡ ପାର୍କିନସନ(ମାନସିକ ରୋଗ) ରୋଗ ହୋଇଛି ବୋଲି କହିଛନ୍ତି।

ମୁକୁଲ ନିଜକୁ ବିଜେପି ବିଧାୟକ କହିବା ଉପରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ତାଙ୍କ ଶୁଭ୍ରାଂଶୁ। ସେ କହିଛନ୍ତି ଯେ କିଛି ଲୋକ ମୋ ବାପାଙ୍କର ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି କରୁଛନ୍ତି। ଆମ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଛବି ମଳିନ କରିବାକୁ ଚାହୁଁଛନ୍ତି। ମୋ ବାପାଙ୍କ ମାନସିକ ଠିକ୍ ନାହିଁ। ତେଣୁ ଅସୁସ୍ଥ ଲୋକଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ। ମୋ ବାପା ନିଖୋଜ ହେବା ପରେ ମୁଁ ଥାନାରେ ଅଭିଯୋଗ ଦେଇଥିଲି ବୋଲି ସେ କହିଛନ୍ତି।

ଅନ୍ୟପଟେ ପଶ୍ଚିମବଙ୍ଗ ବିଜେପି ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମୁକୁଲ ରୟଙ୍କ ଦଳରେ ସାମିଲ କରିବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁକୁଲଙ୍କୁ ନେଇ ବିଜେପିର କୌଣସି ଆଗ୍ରହ ନାହିଁ ବୋଲି ସେ କହିଛନ୍ତି। ସେହିପରି ବିଜେପି ନେତା ସୁକାନ୍ତ ମଜମୁଦାର ମଧ୍ୟ ମୁକୁଲଙ୍କୁ ଗ୍ରହଣ କରିବାକୁ ଅସ୍ୱୀକାର କରିଛନ୍ତି। ମୁକୁଲ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବିଜେପି ଛାଡ଼ିଥିଲେ। ଦଳ ଛାଡ଼ିବା ସମୟରେ ନା ସେ ମୋ ସହ ଆଲୋଚନା କରିଥିଲେ ନା ଦଳର ନେତୃତ୍ୱ ସହ ଆଲୋଚନା କରିଥିଲେ। ତେଣୁ ଏବେ ଏହି ମାମଲାରେ  ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.