Latest Odisha News

BREAKING NEWS

ଇଡିର ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଆଉ ଏକ ଆଶ୍ୱସ୍ତି ମିଳିଛି । ଇଡି ପକ୍ଷରୁ ଜାରୀ କରାଯାଇଥିବା ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ । ତେବେ ଅନ୍ୟ ୧୨ଜଣଙ୍କ ନାମ ଏଥିରେ ରହିଛି । ପୂର୍ବରୁ ୫ଜଣଙ୍କୁ ଇଡି ଗିରଫ କରିଥିବା ବେଳେ ୭ଟି କମ୍ପାନୀକୁ ଅଭିଯୁକ୍ତ ଦର୍ଶାଇଛି । ଦିଲ୍ଲୀର କ୍ଷମତାସୀନ ସରକାର ଆମ ଆଦମୀ ପାର୍ଟି ଅବକାରୀ ନୀତି ଲାଗୁ କରିବାରେ ହେରଫେର କରିଥିବା ଅଭିଯୋଗ ଆସିଥିଲା । ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିଶ କରିଥିଲେ । ତଦନ୍ତ ନିର୍ଦ୍ଦେଶ ପରେ ୨୦୨୨ ଜୁଲାଇରେ ଆପ ସରକାର ଏହି ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ । ସିବିଆଇ ଏଫଆଇଆରରେ ସିସୋଡିଆଙ୍କୁ ମୂଖ୍ୟ ଅଭିଯୁକ୍ତ ଭାବେ ଦର୍ଶା ଯାଇଥିଲା ।

ଦ୍ୱିତୀୟ ଚାର୍ଜଶିଟରେ ବିଜୟ ନାୟାର, ଶରତ ରେଡ୍ଡୀ, ବିନୟ ବାବୁ, ଅଭିଷେକ ବୋଇନପାଲ୍ଲୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି । ସିସୋଡିଆଙ୍କ ନାମରେ ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ ବୋଲି ଉଭୟ ସିବିଆଇ ଓ ଇଡି ପକ୍ଷରୁ କୁହାଯାଇଛି । ତେବେ ଏହାର ତଦନ୍ତ ଜାରୀ ରହିଛି ।

Leave A Reply

Your email address will not be published.