Latest Odisha News

BREAKING NEWS

ବଢ଼ିଲା କେଜ୍ରିୱାଲଙ୍କ ଅଡୁଆ, ଅଷ୍ଟମ ଥର ପାଇଁ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ । ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ସମନ ପଠାଇଲା ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀର ଏହାକୁ ମିଶାଇ ଅଷ୍ଟମ ଥର ସମନ ପଠାଇଲାଣି ଇଡି ।

ଆସନ୍ତା ମାର୍ଚ୍ଚ ୪ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେର ନେଇ ପଚରାଉଚରା କରିବାକୁ କାର୍ଯ୍ୟାଳୟରେ ଆସି ହାଜର ହେବା ପାଇଁ ଡକାଇଛି ଇଡି । ଏହାପୂର୍ବରୁ କେଜ୍ରିୱାଲଙ୍କୁ ୭ ଟି ସମନ ପଠାଯାଇଛି । କିନ୍ତୁ ସେ ସବୁ ସମନକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ବୋଲି କହି ହାଜର ହୋଇନଥିଲେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଇଡି ଅଷ୍ଟମ ସମନ ପଠାଇଛି ।

ସୂଚନା ଯୋଗ୍ୟ, ଏହା ପୂର୍ବରୁ କେଜ୍ରିଓ୍ବାଲଙ୍କୁ ପ୍ରଥମ ସମନ ନଭେମ୍ବର ୨ ତାରିଖ ୨୦୨୩ ଆସିଥିଲା । ଦ୍ବିତୀୟ ସମନ ଡିସେମ୍ବର ୨୧ ତାରିଖରେ, ତୃତୀୟ ସମନ ଜାନୁଆରୀ ୩ ତାରିଖରେ, ଚତୁର୍ଥ ସମନ ଜାନୁଆରୀ ୧୮ରେ ପଞ୍ଚମ ସମନ ଫେବୃଆରୀ ୨ ତାରିଖରେ ଏହଂ ଷଷ୍ଠ ସମନ ଫେବୃଆରୀ ୧୯ ତାରିଖ, ଫେବୃଆରୀ ୨୨ରେ ଇଡି କେଜ୍ରିୱାଲଙ୍କ ସପ୍ତମ ସମନ ପଠାଇ ୨୬ ଫେବୃଆରୀରେ ତାଙ୍କୁ ପଚରାଉଚରା ପାଇଁ ଡାକିଥିଲେ ।

କେଜ୍ରିୱାଲ ଇଡିରେ ହାଜର ନହେବାକୁ ନେଇ ତଦନ୍ତକାରୀ ସଂସ୍ଥା କୋର୍ଟରେ ପହଞ୍ଚିଥିଲା। ଇଡି କହିଥିଲା ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମନକୁ ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି ।

ଏହି ଦିନ କେଜ୍ରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ବଜେଟ ଅଧିବେଶନ ଚାଲିଥିବାରୁ ସେ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୧୬ କୁ ଧାର୍ଯ୍ୟ କରିଛନ୍ତି ।

ଦୈନିକ ସମନ ପଠାଇବା ପରିବର୍ତ୍ତେ, ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍ ବୋଲି ଆପ୍ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.