Latest Odisha News

BREAKING NEWS

ମାହାଙ୍ଗା: ନେତା, କର୍ମୀ ଏବେ କଂଗ୍ରେସ ମୁହାଁ, ଅସନ୍ତୁଷ୍ଟ ବିଜେଡି-ବିଜେପି ନେତା!

ମାହାଙ୍ଗା: ଆସନ୍ତା ନିର୍ବାଚନ ପାଇଁ ରାଜନୀତି ବେଶ୍ ସରଗରମ୍ । ଭୋଟରଙ୍କୁ ମନାଇବାକୁ ପ୍ରସ୍ତୁତ ହୋଇଗଲେଣି ନେତା । କିଏ ପଦ୍ମ ଛାଡ଼ି ହାତ ଧରୁଛି, ଆଉ କିଏ ହାତ ଛାଡ଼ି ପଦ୍ମ ଆଉ ଶଙ୍ଖକୁ ବାଛି ନେଉଛନ୍ତି । ସବୁବେଳେ ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଛି ମାହାଙ୍ଗା । ଏବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବଳ ଗୋଟାଉଛି କଂଗ୍ରେସ । ବିଜେଡି ଓ ବିଜେପି ଉପରେ ଅତିଷ୍ଠ ହୋଇ ମାହାଙ୍ଗା ନିର୍ବାଚନ ମଣ୍ଡଳିର କର୍ମୀମାନେ କଂଗ୍ରେସ ମୁହାଁ ହେଉଛନ୍ତି । ପିସିସି ଶୃଙ୍ଖଳା କମିଟି ସଦସ୍ୟ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ମିସୁଛନ୍ତି ।

ସେପଟେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ୱରେ ଦ୍ୱନ୍ଦ୍ୱ ଏବଂ ବିଜେଡିରେ ବିଭିନ୍ନ ପଞ୍ଚାୟତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଶଙ୍ଖ-ପଦ୍ମରୁ ମୁହଁ ଫେରାଇ ନେଉଛନ୍ତି କର୍ମୀ । କଂଗ୍ରେସରେ ମିସୁଛନ୍ତି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବହୁ କର୍ମୀ । ଗତକାଲି ସନ୍ଧ୍ୟାରେ ନିଶ୍ଚିତ କୋଇଲି ବ୍ଲକ ଝାଡେଶ୍ୱରପୁର ଯାତ୍ରା ପଡିଆରେ ଆୟୋଜିତ କଂଗ୍ରେସ ବୁଥ ସ୍ତରୀୟ କମିଟି ବୈଠକ ଓ ମିଶ୍ରଣ ପର୍ବରେ ହାତ ଧରିଛନ୍ତି ପଞ୍ଚାୟତର ୬୦ରୁ ଅଧିକ ଛାମୁଆ ବିଜେଡି ଓ ବିଜେପି କର୍ମୀ ।

ବ୍ଲକ କଂଗ୍ରେସ ସଭାପତି ରମାକାନ୍ତ ବେହେରାଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକ ରେ ପିସିସି ଶୃଙ୍ଖଳା କମିଟି ସଦସ୍ୟ ଦେବେନ୍ଦ୍ର ସାହୁ ଯୋଗ ଦେଇଥିଲେ । େସ କହିଛନ୍ତି ବିଜେଡି ଓ ବିଜେପି ଦୁଇ ଦଳ ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ରହି ସମ୍ବିଧାନକୁ ସଙ୍କଟକୁ ନେଇଛନ୍ତି । ସେହିଭଳି ମାହାଙ୍ଗାରେ ସମସ୍ତ ଉନ୍ନୟନ କାର୍ଯ୍ୟରୁ ପିସି କାରବାର ଚାଲିଛି । ମାହାଙ୍ଗା ଡବଲ ମର୍ଡରରେ ଆଇନ ଜାଲରେ ଫସି  ନେତା ମାହାଙ୍ଗାବାସୀଙ୍କୁ ଡ଼ରାଇ ଧମକାଇ ଭୋଟ ନେବାକୁ ଚେଷ୍ଟା କରୁଥିବା କହିଛନ୍ତି।

Leave A Reply

Your email address will not be published.