Latest Odisha News

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ସିଂହଙ୍କ ତିନି ସହଯୋଗୀଙ୍କୁ ଇଡିର ସମନ

ନୂୂଆଦିଲ୍ଲୀ: ଦିଲ୍ଲୀ ଅୂବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ତିନି ଜଣ ଘନିଷ୍ଠ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ କରିଛି। ସର୍ବେଶ ମିଶ୍ର, ବିବେକ ତ୍ୟାଗୀ, ଏବଂ କନବରବୀର ସିଂହଙ୍କୁ ଏବେ ଜେରା କଲେ ଏହି ଦୁର୍ନୀତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଇଡି ଆଶା ରଖିଛି। ଇଡି ଏହି ତିନି ସହଯୋଗୀଙ୍କୁ ସଞ୍ଜୟ ସିଂହଙ୍କ ସହ ମୁହାଁମୁହିଁ ବସାଇ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସଞ୍ଜୟ ସିଂହ ଏବେ ଅକ୍ଟୋବର ୧୦ ତାରିଖ ଯାଏଁ ୫ ଦିନ ପାଇଁ ଇଡି ହେପାଜତରେ ଅଛନ୍ତି। ଇଡି ଦାବି କରିଛି ଯେ ତାଙ୍କ ସହଯୋଗୀ ସର୍ବେଶଙ୍କୁ ସଞ୍ଜୟ ସିଂହ ତାଙ୍କ ବାସଭବନରେ ଦୁଇ ଥର ୨ କୋଟି ଟଙ୍କା ଦେଇଥିଲେ। ସଞ୍ଜୟ ସିଂହଙ୍କ ପିଏ ବିଜୟ ତ୍ୟାଗୀଙ୍କୁ ମଧ୍ୟ ଅଭିଯୁକ୍ତ ଅମିତ ଆରୋରାଙ୍କ କମ୍ପାନୀ ଆରାଲିୟାସ୍ ହସ୍ପିଟାଲିଟିରେ ଅଂଶଧନ ଦିଆଯାଇଥିଲା।

କିଛି ସମୟ ପୂର୍ବରୁ ସର୍ବେଶ ମିଶ୍ର ଓ ବିବେକ ତ୍ୟାଗୀଙ୍କ ଘରେ ଇଡି ଚଢ଼ଉ କରିଥିଲା। ଦିଲ୍ଲୀ ଲିକର ପଲିସି ଦୁର୍ନୀତି ମାମଲାରେ ଯେତେବେଳେ ଇଡି କୋର୍ଟରେ ସଞ୍ଜୟ ସିଂହଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା, ସେତେବେଳେ ସର୍ବେଶ ମିଶ୍ରଙ୍କ ନାଁ ମଧ୍ୟ ସେହି ସମୟରେ ଉଠିଥିଲା।

ଉଭୟ ସର୍ବେଶ ମିଶ୍ର ଓ ବିବେକ ତ୍ୟାଗୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦୁର୍ନୀତି ଅଭିଯାନରେ ସାମିଲ ଥିବା ଅଭିଯୋଗ ରହିଛି। ସର୍ବେଶ ମିଶ୍ର ମୂଳତଃ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର। ୨୦୨୨ ଫେବ୍ରୁଆରିରେ ତାଙ୍କୁ ଆପ୍ ଉତ୍ତରପ୍ରଦେଶର ମୁଖପାତ୍ର କରାଯାଇଥିଲା। ସେ ସଞ୍ଜୟ ସିଂହଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଅନେକ ସମୟରେ ସେ ଆମ୍ ଆଦମୀ ପାର୍ଟି ତରଫରୁ ଟିଭି ଡିବେଟରେ ଭାଗ ନେଉଥିବାର ଦେଖିବାକୁ ମିଳିଛି।

ବିବେକ ତ୍ୟାଗୀ ପଶ୍ଚିମ ଦିଲ୍ଲୀର ବାସିନ୍ଦା। ଅନେକ ସମୟରେ ତାଙ୍କୁ ସଞ୍ଜୟ ସିଂହଙ୍କ ସହ ଦେଖିବାକୁ ମିଳିଥାଏ। ଜଣେ ଆପ୍ ସଦସ୍ୟ କହିଛନ୍ତି ଯେ ସେ ସଞ୍ଜୟଙ୍କ ସହ ରୁହନ୍ତି ସେ ଏବଂ ତାଙ୍କ ଗାଡ଼ି ମଧ୍ୟ ଚଳାନ୍ତି। ସଞ୍ଜୟ ସିଂହଙ୍କ ବ୍ୟକ୍ତିଗତ କାମ ଏବଂ ତାଙ୍କ ଯାତ୍ରାର ଦାୟିତ୍ୱ ଅଜିତ୍ ନିଅନ୍ତି। ଏତଦ ବ୍ୟତୀତ ଅଜିତ ଦଳର କାମ ମଧ୍ୟ ଦେଖନ୍ତି। ଦୁର୍ନୀତି ବିରୋଧୀ ଅଭିଯାନ ପରଠାରୁ ଅଜିତ ତ୍ୟାଗୀ ଆପ୍ ସହ ଅଛନ୍ତି।

Leave A Reply

Your email address will not be published.