ମୁମ୍ବାଇ:ପିଏମସି ବ୍ୟାଙ୍କ ଦୁର୍ନୀତି ଘଟଣାରେ ରବିବାର ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କୁ ଇଡି ସମନ କରିଛି । ଦୁର୍ନୀତିର ତଦନ୍ତ ବେଳେ ବର୍ଷାଙ୍କ ନାମ ଆସିଥିବାରୁ ତାଙ୍କୁ ଜେରା କରିବା ପାଇଁ ଡକାଯାଇଛି । ଡିସେମ୍ବର ୨୯ରେ ସେ ଇଡି ଅଫିସରେ ହାଜର ହୋଇ ନିଜ ମତ ରଖିବେ । ନିକଟରେ ଉପରୋକ୍ତ ଘଟଣାରେ ଗିରଫ ହୋଇଥିବା ପ୍ରବୀଣ ରାଉତଙ୍କ ଆକାଂଉଟରୁ ବର୍ଷାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠା ଯାଇଥିଲା । ଏହି ଟ୍ରାଞ୍ଜାକସନକୁ ଇଡି ସନ୍ଦେହ ଚକ୍ଷୁରେ ଦେଖୁଛି ।
ପୂର୍ବରୁ ସଞ୍ଜୟ ମଧ୍ୟ ରାଜ୍ୟସଭା ସାଂସଦ ପାଇଁ ସତ୍ୟପାଠ ଦାଖଲ କରିଥିବା ବେଳେ ପ୍ରବୀଣ ଓ ବର୍ଷା ଟଙ୍କା ଦେଣନେଣ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଶନିବାର ସଞ୍ଜୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସାମାନରେ ଲେଖିଥିଲେ, ଯଦି ଏ ଭଳି ନୀତି ଜାରି ରଖନ୍ତି ତାହାହେଲେ ରୁଷିଆ ପରି ଭାରତ ଖଣ୍ଡ ଖଣ୍ଡ ହୋଇଯିବ ।
Comments are closed.