Latest Odisha News

BREAKING NEWS

କେଜ୍ରିୱାଲଙ୍କ ଘରେ ଇଡି, ମଦ ଦୁର୍ନୀତି ମାମଲାରେ ଚାଲିଛି ପଚରାଉଚରା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେ୍ଜ୍ରିୱାଲଙ୍କ ଘରେ ଇଡି ଟିମ୍‌। ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କ ଘରେ ପହଂଚିଲା ଇଡି ଟିମ୍‌ । ଗିରଫଦାରିରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡିର କାର୍ଯ୍ୟାନୁଷ୍ଠାନ। ଇଡିର ସ୍ୱତନ୍ତ୍ର ଟିମ୍ କେଜ୍ରିୱାଲଙ୍କ ଦିଲ୍ଲୀ ସ୍ଥତ ଘରେ ପହଞ୍ଚି ପଚରାଉଚୁରା ଜାରି ରଖିଥିବା ନେଇ ସୂଚନା ରହିଛି।

ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ପହଞ୍ଚିଲା କେଜ୍ରିୱାଲଙ୍କ ଘରେ ଇଡି ଟିମ୍‌ । ଗୁରୁବାର ହଜାର ହେବାକୁ ନବମ କେଜ୍ରିୱାଲଙ୍କୁ ନବନ ସମନ ଜାରି କରିଥିଲା ଇଡି । ଗିରଫଦାରିରୁ ସୁରକ୍ଷା ପାଇଁ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ପକ୍ଷ ରଖିବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆସନ୍ତା ଏପ୍ରିଲ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବାସ୍ତବରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ୯ଟି ସମନ ପଠାଇଛି । ମାତ୍ର ସମନ ପାଇ ମଧ୍ୟ ଥରେ ହେଲେ ବି ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ । ଏଥିପାଇଁ କେଜ୍ରିୱାଲ କୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ ଏବଂ ଯଦି ସେ ଇଡି କାର୍ଯ୍ୟାଳୟକୁ ଯାଆନ୍ତି ତେବେ ତାଙ୍କୁ ଯେପରି ଗିରଫ କରାନଯିବ ସେଥିପାଇଁ ଏକ ନିଶ୍ଚିତତା କୋର୍ଟରୁ ମାଗିଥିଲେ । କିନ୍ତୁ କୋର୍ଟ ଖୋଲାଖୋଲି ଭାବେ କହିଛନ୍ତି ଯେ, ତାଙ୍କୁ ଇଡିରେ ହାଜର ହେବାକୁ ପଡ଼ିବ ଏବଂ ତାଙ୍କ ଗିରଫଦାରୀ ଉପରେ କୋର୍ଟ କୌଣସି ରାୟ ଦେଇପାରିବ ନାହିଁ ।

Comments are closed.