Latest Odisha News

BREAKING NEWS

ବୋତଲ ବଦଳରେ ଏଥର ବଜାରରେ ମିଳିବ ଛୋଟ ଛୋଟ ପାଣି ପିଣ୍ଡୁଳା

ଭୁବନେଶ୍ୱର: ବଦଳିଯିବ ପ୍ୟାକେଜ ପାଣିର ଫର୍ମାଟି । ଆଉ ରହିବ ନାହିଁ ପ୍ଲାଷ୍ଟିକ ବୋତଲ । ପ୍ଲାଷ୍ଟିକ ବୋତଲ ପାଣିର ସ୍ଥାନ ନେବ ଛୋଟ ଛୋଟ ପାଣି ପିଣ୍ଡୁଳା । ବୋତଲ ବୋହିବା ବଦଳରେ ଆପଣ ପକେଟରେ ପୁରାଇ ବୁଲିବେ ଏହି ପାଣି ପିଣ୍ଡୁଳା ।

ପାଣି ବିନା ଜୀବନ ଅସମ୍ଭବ । ଖାଲି ଘରେ ନୁହେଁ ବାହାରକୁ ଗଲେ ଏହାକୁ ବୋତଲରେ ଭାରି ସାଙ୍ଗରେ ନିଅନ୍ତି । ପ୍ରତିଦିନ ପାନୀୟ ଭାବେ ବ୍ୟବହାର କରୁଥିବା ପାଣିକୁ କେବେ ଚୋବାଇ ଚୋବାଇ ଖାଇବା କଥା ଭାବିଛନ୍ତି କି?

ବୋତଳରେ ନବୋହି ପାଣିକୁ ପ୍ୟାଣ୍ଟ ପକେଟରେ ପୁରାଇ ନବା କଥା ଚିନ୍ତା କରିଛନ୍ତି କି ? କଥାଟି ଟିକିଏ ଅଡ଼ୁଆ ଲାଗୁଛି ନା !
ଦେଖନ୍ତୁ ଏହି ଫୋଟୋ । ଏହି ପାଣି ପିଣ୍ଡୁଳାରୁ ପତଳା ଆସ୍ତରଣ ଟିଏ ଉଠାଇ ଲୋକମାନେ ଏହାକୁ ଖାଉ ଥିବାର ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ।

ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଛୋଟିଆ ପିଣ୍ଡୁଳାଟି ଅଧା ଲିଟର ପାଣି ସହ ସମାନ ।

କମ୍ପାନୀର କହିବା ଅନୁସାରେ ପ୍ଲାଷ୍ଟିକ ବୋତଲ ସବୁ ମାଟିରେ ନମିଶି ପରିବେଶକୁ ଦୂଷିତ କରୁଥିବା ବେଳେ ଏହି ଛୋଟିଆ ଆସ୍ତରଣଟି ଅତି ସହଜରେ ମାଟିରେ ମିଶିଯିବ । ଯାହାଦ୍ୱାରା ପ୍ରଦୂଷଣ ମଧ୍ୟ କମ୍ ହେବ । ଏହି ପାଣିପିଣ୍ଡୁଳାର ଖର୍ଚ୍ଚ ପ୍ଲାଷ୍ଟିକ ବୋତଲ ଠାରୁ ଯଥେଷ୍ଟ କମ୍ ।

ଏହି ପାଣି ପିଣ୍ଡୁଳା ଗତ ୧ବର୍ଷ ହେଲା ଲଣ୍ଡନରେ ବେଶ୍ ଆଦୃତ ହୋଇଥିବା ବେଳେ କମ୍ପାନୀ ଏହାକୁ ସାରା ବିଶ୍ୱରେ ବିକ୍ରି କରିବାକୁ ଯୋଜନା କରିଛି

Leave A Reply

Your email address will not be published.