Latest Odisha News

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ବର୍ଷିଲେ ବିଜୟ

ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଅନେକ ମଠ ଭଂଗା ହେଲା , ସେସମୟରେ କେହି ମୁହଁ ଖୋଲିଲେ ନାହିଁ । ହେଲେ ବଗଲା ଜମି ବିକ୍ରି ନେଇ ଏବେ ଜୋରଦାର ପ୍ରଶ୍ନ ଉଠୁଛି ।

ସରକାର ଯେଉଁ ୪-୫ ଜଣଙ୍କୁ ଜମି ଦେଇଛନ୍ତି , ସେମାନେ ବିସ୍ଥାପିତ ନୁହଁନ୍ତି ବରଂ ଜମି ମାଲିକ । ସେମାନଙ୍କଠାରୁ ସରକାର ଜମି କିଣିଛନ୍ତି । ସରକାର ସେମାନଙ୍କ ଲଜିଂକୁ ୪ ଗୁଣ ଦରରେ କିଣିଛନ୍ତି । ଅଧିଗ୍ରହଣ ନାଁରେ ସରକାର ପୁରା ସମ୍ପତ୍ତିକୁ କିଣିଦେଇଛନ୍ତି । ପୁରୀ ଭଳି ଜମି ଅଧିଗ୍ରହଣ ପଦ୍ଧତି ନିଆଯାଇଥିଲେ ପୋସ୍କୋ ଭଳି ଅନେକ କମ୍ପାନୀ ରାଜ୍ୟରୁ ଫେରି ଯାଇନଥାନ୍ତେ ବୋଲି ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ବିଜୟ ଆହୁରି ମଧ୍ୟ କହିଛନ୍ତି ଯେ, ପୁରୀ ବଗଲା ଧର୍ମଶାଳା ଘଟଣାରେ ରାଜସ୍ୱ ବିଭାଗ ଓ ଆଇନ ବିଭାଗ ଜବାବ ରଖିବା ଦରକାର । ସରକାର ଏହାର ପୂର୍ଣ୍ଣାଙ୍ଗ ତଦନ୍ତ କରନ୍ତୁ । ମୁଖ୍ୟମନ୍ତ୍ରୀ ମାମଲାକୁ ନିଜ ଟେବୁଲକୁ ଆଣନ୍ତୁ । ଏବଂ ସରକାର ସମସ୍ତ ତଥ୍ୟ ପ୍ରଦାନ କରନ୍ତୁ ।

Leave A Reply

Your email address will not be published.