Latest Odisha News

BREAKING NEWS

ମନ୍ଦିରରେ ବିବାହ ପରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !

ମାଲକାନଗିରି: ଦାଉ ସାଧିଲା ଦୁନିଆ ନୂଆ ଜୀବନ ଆରମ୍ଭ କରିବା ଆଗରୁ ଜୀବନ ହାରି ଦେଲେ ପ୍ରେମୀ ଯୁଗଳ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ସ୍ଥିତ ଏମ୍‌ଭି-୪୨ ଗାଁରେ ।

ସ୍ଥାନୀୟ ଲୋକେ ଗାଁ ନିକଟରେ ଥିବା ଏକ ଗଛରେ ଉଭୟ ଯୁବକ ଓ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏନେଇ ଗାଁଲୋକେ ପୋଲିସକୁ ଖବର ଦେଇଛନ୍ତି।

ସୂଚନାନୁସାରେ, ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଆହୁରି ମଧ୍ୟ ଦୁହେଁ ମନ୍ଦିରରେ ବିବାହ କରି ତାପରେ ଆତ୍ମହତ୍ୟା କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଆତ୍ମହତ୍ୟା ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି।

Leave A Reply

Your email address will not be published.