Latest Odisha News

BREAKING NEWS

ପ୍ରଚାର ବେଳେ ବିଜେପି ବିଧାୟକଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ ଅଭିଯୋଗ

ଝାରସୁଗୁଡା: ବୁଧବାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଳରେ ନିର୍ବାଚନ ପ୍ରଚାର ବେଳେ ଅଣ୍ଡା ଓ ଟେକାପଥର ମାଡ଼ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଗାଡ଼ି ଉପରକୁ ଅଣ୍ଡା ଓ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିଜେପି କର୍ମୀ ଓ ଅନ୍ୟ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ, ଖବର ପାଇ ଲଇକେରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଟେଟେ ଏହି ଘଟଣାରେ ଅଭିଯୋଗ କରିବାକୁ ଲଇକେରା ଥାନାକୁ ଯାଇଥିଲେ। ଆସନ୍ତା ୧୦ ତାରିଖରେ ଝାକସୁଗୁଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ୍ ଗଣତି ହେବ।

୨୦୨୩ ମସିହା ଜାନୁଆରି ୨୯ ତାରିଖରେ ବିଧାୟକ ତଥା କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନ ହେଉଛି।

 

Bjd_BSKY
Leave A Reply

Your email address will not be published.