Latest Odisha News

BREAKING NEWS

ପରିଣୀତି-ରାଘବ ଏକାଠି ଦେଖିଲେ ଆଇପିଏଲ ମ୍ୟାଚ : ଭିଡ଼ିଓ ଭାଇରାଲ

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମପି ରାଘବ ଚଢା । ବୁଧବାର ଉଭୟ ଆଇପିଏଲ ମ୍ୟାଚ ଦେଖୁଥିବା ନଜର ଆସିଛନ୍ତି । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ଭାଇରାଲ ହେଉଛି ।

ବୁଧବାର ମୋହାଲି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ହୋଇଥିଲା । ଏହାକୁ ଦେଖିବାକୁ ପରିଣୀତି ଓ ରାଘବ ଷ୍ଟାଡ଼ିୟମରେ ପହଞ୍ôଚଥିଲେ । ଉଭୟ ସାଙ୍ଗ ହୋଇ ଏହି ମ୍ୟାଚ ଦେଖୁଥିବା ନଜର ଆସିଥିଲେ । ମ୍ୟାଚ ଦେଖି ଉଭୟ ଖୁସି ଥିବା ଦେଖିବାକୁ ମିଳିଛି ।

ନିକଟରେ ଉଭୟଙ୍କ ନିର୍ବନ୍ଧ ସରିଛି ଏବଂ ଅକ୍ଟୋବରରେ ସେମାନେ ବିବାହ କରିବେ ବୋଲି ଆଲୋଚନା ହେଉଛି । କାରଣ ପରିଣୀତି ତାଙ୍କ ଆଗାମୀ ପ୍ରୋଜେକ୍ଟରେ ବହୁତ ବ୍ୟସ୍ତ ଥିବାରୁ ବିବାହ କରିବାକୁ ତତ୍ପର ନୁହଁନ୍ତି । ସେ ଅନେକ ଚଳଚ୍ଚିତ୍ରରେ କାମ କରୁଥିବା ଜଣାଯାଇଛି ।

କିଛି ଦିନ ହେବ ପରିଣୀତି ଏବଂ ରାଘବଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ହେଉଥିଲା । ଏପରିକି ନିକଟରେ ଉଭୟ ଏକାଠି ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ଖବର ପ୍ରଚାର ହେବାରେ ଲାଗିଥିଲା ।

Leave A Reply

Your email address will not be published.