Latest Odisha News

ଏଥର ରଜକୁ “କହିବିନି ତୋତେ ଆଇ ଲଭ ୟୁ”

ଭୁବନେଶ୍ୱର: କରୋନା ମହାମାରୀରେ ବି ଲୋକଙ୍କ ମନରୁ ଦୁଃଖ ଅବସାଦକୁ ଦୂର କରିବାକୁ ଚେଷ୍ଟା କରୁଛି ଓଲିଉଡ । ରିଲିଜ୍ ଅପେକ୍ଷାରେ ରହିଛି ଭିନ୍ନ ଏକ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ “କହିବିନି ତୋତେ ଆଇ ଲଭ ୟୁ” । ଲକଡାଉନ୍ ପାଇଁ ଫିଲ୍ମଟି ଅଟକି ରହିଥିବାବେଳେ ରଜ ଅବସରରେ ରିଲିଜ୍ ହେବାର ଯୋଜନା ରହିଛି ।

ଏହି ଫିଲ୍ମ ଜରିଆରେ ଓଲିଉଡରେ ଅଭିନେତା ତଥା ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ ଆଲବମ୍ କିଙ୍ଗ ଲୁବୁନ୍ ସେନ୍ । ଏକ ବାସ୍ତବ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଢେରସାରା ଟୁଇଷ୍ଟ ଦେଖିବାକୁ ମିଳିବ । ଯେଉଁଥିରେ ଅଭିନେତ୍ରୀ ସୋନାଙ୍କୁ ଲୁବୁନଙ୍କ ବିପକ୍ଷରେ ନାୟିକତା ଭାବେ ଦର୍ଶକ ଦେଖିବାକୁ ପାଇବେ । ଅନ୍ୟପଟେ ସପୋର୍ଟିଂ ରୋଲରେ ମନସ୍ୱିନୀ, ସନ୍ଦିପ ମିଶ୍ର, ଅର୍ପିତା କର, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଗୁଡ୍ଡୁ ଓ ନନ୍‌ସେନ୍ସ ମଣିଙ୍କ ଭଳି କଳାକାର ମଧ୍ୟ ନଜର ଆସିବେ ।

ତିତ୍‌ଲି ପ୍ରଡକ୍ସନ ନିବେଦିତ ଏହି ଫିଲ୍ମର କାହାଣୀ ପରିକଳ୍ପନା ସାଙ୍ଗକୁ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ପ୍ରୀତିଶ ମହାନ୍ତି । ତେବେ ଏକାକୀ ଲୁବୁନ୍ ନୁହେଁ ବରଂ ତାଙ୍କ ଭାଇ ଟୁବୁନ୍ ମଧ୍ୟ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ରୋଚକ କାହାଣୀକୁ ନେଇ ନିର୍ମିତ ହୋଇଥିବା ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ । ଫିଲ୍ମର ସମସ୍ତ ପୋଷ୍ଟ ପ୍ରଡକ୍ସନ କାମ ସରିଥିଲାବେଳେ କେବଳ ସେନ୍ସର ବୋର୍ଡର ଗ୍ରୀନ୍ ସିଗନାଲକୁ ଅପେକ୍ଷା । ତେବେ ରଜରେ ଫିଲ୍ମଟିକୁ ରିଲିଜ କରାଇବା ପାଇଁ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଖୁବ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.