Latest Odisha News

BREAKING NEWS

ଓଡ଼ିଶାର ଏହି ୮ ଜଣ ଶିଳ୍ପୀଙ୍କୁ ମିଳିବ ଜାତୀୟ ପୁରସ୍କାର !

ଭୁବନେଶ୍ୱର: ଉକୃଷ୍ଟ କଳାର ରାଜ୍ୟ ଉତ୍କଳ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଓଡ଼ିଶାର ସାହିତ୍ୟ, ସଂସ୍କୃତି ତଥା ପରମ୍ପରା କେବଳ ଭାରତ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ହେଉ ଅଥବା କଳାକାରୁକାର୍ଯ୍ୟ ସମ୍ପନ୍ନ ଶିଳ୍ପକଳା ସାରା ବିଶ୍ୱରେ ଆଦୃତି ଲାଭ କରିଛି । ଆମ ରାଜ୍ୟର ଶିଳ୍ପୀମାନେ ସେମାନଙ୍କର କଳା ନୈପୁଣ୍ୟତା ଲାଗି ଜାତୀୟସ୍ତରରେ ୧୮୦ଟି ପୁରସ୍କାର ହାସଲ କରିପାରିଛନ୍ତି ।

ଏହିସବୁ ପୁରସ୍କୃତ ଶିଳ୍ପୀମାନଙ୍କ ମଧ୍ୟରେ ୪ଜଣ ପଦ୍ମ ପୁରସ୍କାର ହାସଲ କରିପାରିଥିବା ବେଳେ ୧୧ ଜଣ ସମ୍ମାନଜନକ ଶିଳ୍ପୀଗୁରୁ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତେବେ ୨୦୧୭ ମସିିହା ଲାଗି ଓଡ଼ିଶାର ୮ ଜଣ ଶିଳ୍ପୀ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

୨୦୧୭ ଜାତୀୟ ପୁରସ୍କାର ଲାଗି ମନୋନୀତ ଶିଳ୍ପୀ:

୧ – ରାକେଶ କୁମାର ମହାରଣା – ପଥର ଖୋଦେଇ
୨ – ବିରଞ୍ଚି ନାରାୟଣ ବେହେରା – ପାମ ଲିଭ୍ ଖୋଦେଇ ଶ୍ରୀକୃଷ୍ଣ ଲୀଳା
୩ – ପ୍ରଦୀପ କୁମାର ନାୟକ – ସ୍ଟ୍ର କ୍ରାଫ୍ଟ
୪ – ସବିତା ମହାପାତ୍ର – ପଟ୍ଟଚିତ୍ର ଶ୍ରୀକୃଷ୍ଣ ଲୀଳା
୫ – ସ୍ୱର୍ଣ୍ଣଲତା ମହାପାତ୍ର – ଟସର ପେଣ୍ଟିଂ

୨୦୧୭ ମେରିଟ୍ ସାର୍ଟିଫିକେଟ ଲାଗି ମନୋନୀତ ଶିଳ୍ପୀ:

୧ – ମୁକୁନ୍ଦ ରଣା – ଟେରାକୋଟା
୨ – ରଘୁ ରଣା – ଟେରାକୋଟା
୩ – ଅପରାଜିତା ପରିଡ଼ା – ପଟ୍ଟଚିତ୍ର

Leave A Reply

Your email address will not be published.