Latest Odisha News

BREAKING NEWS

ବାଂଲା ବିପକ୍ଷରେ ରୋହିତ ଶର୍ମାଙ୍କ ଧୁଆଁଧାର୍ ବ୍ୟାଟିଂ; ଭାରତ ୮ ୱିକେଟରେ ବିଜୟୀ

ରାଜକୋଟ: ପ୍ରଥମ ଟି-ଟ୍ୱେଣ୍ଟିରେ ବାଂଲାଦେଶ ଠାରୁ ପରାସ୍ତ ହୋଇଥିବା ଭାରତ ଆଜି ପ୍ରତିଶୋଧ ନେଇଛି । ବାଲାଂଦଳକୁ ୮ ୱିକେଟରେ ପରାସ୍ତ କରି ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ୧-୧ ବରାବର କରିଛି । ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚରେ ବିଜୟର କର୍ଣ୍ଣଧାର ସାଜିଛନ୍ତି ।

ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଂଲାଦେଶ ୨୦ ଓଭରରେ ୬ ୱିକେଟ ବିନିମୟରେ କରିଥିଲା ୧୫୩ ରନ ।

ଟିମ୍ ଇଣ୍ଡିଆ ୧୫୪ ରନର ବିଜୟ ଲକ୍ଷ୍ୟ ନେଇ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଥିଲା । କପ୍ତାନ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୩ଟି ବଲରେ କରିଥିଲେ ୮୫ ରନ । ସେ ୬ଟି ଛକା ଏବଂ ୬ଟି ଚୌକା ପ୍ରହାର କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିଖର ଧାୱନ ୩୧ ରନ କରିଥିଲେ । ଆୟର ୨୪ ରନ କରିଥିଲେ । ଭାରତୀୟ ଦଳ ୧୫.୪ ଓଭରରେ ମାତ୍ର ୨ଟି ୱିକେଟ ହରାଇ ବିଜୟ ହାସଲ କରିପାରିଥିଲା ।

Leave A Reply

Your email address will not be published.