ଭୁବନେଶ୍ୱର : ବିିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସିଏସଆଇଆର-ଆଇଏମ୍ଏମଟି ର ବୈଜ୍ଞାନିକ । ଷ୍ଟାନଫୋର୍ଡ ୟୁନିଭର୍ସିଟିର ଏକାଡେମିକ୍ ଦ୍ୱାରା ଅନସନ୍ଧାନ କରାଯାଇ ପ୍ରକାଶ କରାଯାଇଥିବା ସ୍ମୋପସ୍ ପ୍ରକାଶନ ରିପୋର୍ଟରେ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କୁ ଚିହ୍ନଟ କରାଯାଇଛି। ଏଲସେଭିଅର ଦ୍ୱାରା ପ୍ରକାଶିତ ତଥ୍ୟ ଆଧାରରେ ବିଶ୍ୱର ଶ୍ରେଷ୍ଠ ୨ପ୍ରତିଶତ ବୈଜ୍ଞାନିକ ମଧ୍ୟରେ ସ୍ଥାନ ପାଇଥିବା ୮ ଜଣ ବୈଜ୍ଞାନିକ ସିଏସ୍ଆଇଆର-ଇଷ୍ଟିଚ୍ୟୁଟ ଅଫ୍ ମିନେରାଲସ ଟେକ୍ନୋଲୋଜି ଭୁବନେଶ୍ୱର ସହିତ ଜଡିତ।
ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ୱ ବାସୁ,ମୁଖ୍ୟ ବୈଜ୍ଞାନିକ , ଡ. ଏଲ .ଡି ବେଶ୍ରା, ରାମାନୁଜଙ୍କ ସମ୍ବନ୍ଧରେ ଫେଲୋସିପ୍ କରୁଥିବା ବୈଜ୍ଞାନିକ ପିୟାଲି ଭଞ୍ଜ ,ଏମରିଟସ୍ ବୈଜ୍ଞାନିକ ଡ ବିମଲ ପି ସିଂ ଏବଂ ଏନୋର୍ଜି ମ୍ୟାଟ୍ରିମୋନିଆଲ୍ସ ,ଅର୍ଗନିକ କେମେଷ୍ଟ୍ରେି ମେଡିସିନାଲ ଆଣ୍ଡ୍ ବାୟୋମୋଲେକ୍ୟୁାଲାର କେମେଷ୍ଟ୍ରେି, ମାଇନ ଆଣ୍ଡ୍ ମ୍ୟାଟାଲ୍ୟୁର୍ଜି ଆଦି କ୍ଷେତ୍ରରୁ ଅବସର ନେଇଥିବା ପ୍ରମୁଖ ବୈଜ୍ଞାନିକ ଡ. ବିଶେଶ୍ୱର ଦାସ , ଡ ଏସ ବି କାନୁନଗୋ , ଡ. ଏସ୍ ଆନନ୍ଦ , ଡ. କାଦମ୍ବିନୀ ଷଡଙ୍ଗୀ ଆଦିଙ୍କୁ ଏହି ସମ୍ମାନରେ ଶ୍ରେୟ ପ୍ରଦାନ କରାଯାଇଛି।
Comments are closed.