Latest Odisha News

BREAKING NEWS

ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ

ଯାଜପୁର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ଗାଁରେ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି ।

ସୂଚନା ମୁତାବକ, ବାଲିବିଲି ଗାଁରେ ଦୀର୍ଘ ଦିନ ହେବ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ି କୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଆଜି ସକାଳେ ସାନ ଭାଇ ସନାତନ ଏକ ମାରଣାସ୍ତ୍ର ଯୋଗେ ବଡ ଭାଇ କୁ ଆକ୍ରମଣ କରିଥିଲା । ଆକ୍ରମଣରେ ବଡ ଭାଇ ମନୋଜଙ୍କ ମୃତ୍ୟୁ ହୋଇଥିଲା ।

ଖବରପାଇ ବରି ରାମଚନ୍ଦ୍ର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର କୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.