Latest Odisha News

ଜାଡରେ ଥରୁଛି କନ୍ଧମାଳ : ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଖସୁଛି ପାରଦ , ବଢୁଛି ଶୀତ  । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି । ଶୀତରେ ଥରୁଛି ସାରା କନ୍ଧମାଳ ।  ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡ଼ିଛି l ଗତ ୨୪ ଘଣ୍ଟାରେ ୯.୪ ଡିଗ୍ରୀ ସହ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି। ଦାରିଙ୍ଗବାଡ଼ିର ତାପମାତ୍ରା ୧୦.୫ଡିଗ୍ରୀ ରେକର୍ଡ କରାଯାଇଛି ।

ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡର ଯଶିପୁର , ଶୁକୃଳି, ରରୁଆଁ ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି  । ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଏ ନିଆଁ ପୋଇଁ ହେଉଛନ୍ତି ତ ଆଉ କିଏ ସକାଳୁ ସକାଳୁ ଚା ଖଟିରେ ଭିଡ ଜମାଉଛନ୍ତି ।  ସକାଳୁ ସକାଳୁ ସାରା ଅଞ୍ଚଳରେ ଘନ କୁହୁଡ଼ି ଲାଗିରହିଥିବାବେଳେ ଯାନବାହନ ଚଳାଚଳରେ ସମସ୍ୟା ଉପୁଜୁଛି  । ଅନ୍ୟପଟେ ଶୀତ ବଢୁଥିବାରୁ ଶୀତ ବସ୍ତ୍ର ବିକ୍ରି କରିବାକୁ ନେପାଳରୁ ବେପାରୀଙ୍କ ସୁଅ ଛୁଟିଛି । ତେବେ ଆଗକୁ ଆଭ୍ୟନ୍ତରୀଣ ଇଲାକାରେ ଶୀତର ପ୍ରକୋପ ଆହୁରି ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.