Latest Odisha News

BREAKING NEWS

ପୁଅ ଦ୍ବିତୀୟ ବିବାହ କରୁଥିବା ଜାଣି କଲର ଭିଡି ଥାନାରେ ଜିମା ଦେଲେ ବାପା

ଭଦ୍ରକ: ଗୋଟିଏରେ ମନ ବୁଝୁନଥିଲା ଯେ ଦ୍ବିତୀୟ ଥର ବିବାହ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଏପରି ହେଉଥିବା ଜାଣି ବୃଦ୍ଧ ବାପା ପୁଅର କଲର ଭିଢି ଥାନାରେ ଆଣି ଜିମା ଦେଇଛନ୍ତି। ଭଦ୍ରକ ଜିଲ୍ଲାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଭଦ୍ରକ ଜିଲ୍ଲା ବାସୁଦେବପୁର ଏରତାଳ ଗ୍ରାମର ବିଷ୍ଣୁ ମୋହନ ଜେନା ତାଙ୍କ ପୁଅ ଅଜୟ କୁମାର ଜେନାଙ୍କୁ ବିବାହ ବେଦିରୁ ଆଣି ଥାନାକୁ ନେଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଜୟ ତୁଳସୀଙ୍କୁ ୧୦ ବର୍ଷରୁ ଅଧିକ ସମୟ ହେବ ବିବାହ କରିଥିଲେ । ଏବଂ ଏହି ଦମ୍ପତିଙ୍କର ୮ ବର୍ଷର ଏକ ପୁଅ ଅଛି। ବୁଧବାର ଅଜୟ ବାସୁଦେବପୁର କୋର୍ଟରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ବିଷ୍ଣୁ ଓ ତାଙ୍କ ବୋହୂ ତୁଳସୀ କୋର୍ଟ ପରିସରରେ ପହଞ୍ଚି ତାଙ୍କୁ ଥାନାକୁ ଟାଣି ଆଣି ପୁଲିସକୁ ହସ୍ତାନ୍ତର କରିଥିଲେ।

ଆମେ ଶୁଣିଥିଲୁ ଯେ ଅଜୟ କୋର୍ଟରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରୁଛନ୍ତି। ଆମେ କୋର୍ଟରେ ପହଞ୍ଚି ଦେଖିଲୁ ଯେ ସେ କୋର୍ଟ ପରିସର ନିକଟରେ ଥିବା ଏକ ଦୋକାନରେ ଅନ୍ୟମାନଙ୍କ ସହ ବସିଛନ୍ତି। ଏହାପରେ ପୁଅର କଲର ଭିଡି ଥାନାକୁ ଆଣିଥିଲି ବୋଲି ବିଷ୍ଣୁ ଗଣମାଧ୍ୟମକୁ କହିଛନ୍ତି।

ଅଜୟଙ୍କ ପତ୍ନୀ ତୁଳସୀ କହିଛନ୍ତି ଯେ ପୁଅ ସହିତ ବାସୁଦେବପୁର ଡାକ୍ତରଖାନାକୁ ଯାଉଥିବା ବେଳେ ଜଣେ ସମ୍ପର୍କୀୟ ତାଙ୍କ ସ୍ବାମୀ ଦ୍ୱିତୀୟ ବିବାହ ପାଇଁ ଉଦ୍ୟମ ବିଷୟରେ ସୂଚନା ଦେଇଥିଲେ। ଆମ ବିବାହକୁ ୧୦ ବର୍ଷ ବିତିଗଲାଣି ଏବଂ ସେ ପୁଣି ଥରେ ବିବାହ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ନ୍ୟାୟ ଚାହୁଁଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.