Latest Odisha News

BREAKING NEWS

ବିଲ୍ ଦେଇ ନପରିବାରୁ‌ ହସ୍ପିଟାଲ ବେଡ୍‌ରେ ବୃଦ୍ଧଙ୍କୁ ବାନ୍ଧି ଦେଲେ

ଭୋପାଲ: ହସ୍ପିଟାଲ ବେଡ୍‌ରେ ବନ୍ଧା ହୋଇଛନ୍ତି ବୃଦ୍ଧ । ବିଲ ଦେଇନପାରିବାରୁ ତାଙ୍କୁ ମିଳିଛି ଏପରି ଦଣ୍ଡ । ହସ୍ପିଟାଲ ଖଟରେ ତାଙ୍କୁ ବାନ୍ଧି ଦେଇଛନ୍ତି ସ୍ୱାସ୍ଥକର୍ମୀ । ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଅମାନବିକତାର ଦୃଶ୍ୟ । ଏହି ପୁରା ଘଟଣାର ଏକ ଫଟୋ ସମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।

ଶାଜାପୁର ହସ୍ପିଟାଲରେ ଜଣେ ୮୦ ବର୍ଷୀୟ ବୃଦ୍ଧ ତାଙ୍କ ଚିକିତ୍ସା ଖର୍ଚ୍ଚ ଦେଇ ପାରିନଥିଲେ । ଏହାପରେ ତାଙ୍କୁ ହସ୍ପିଟାଲର ବେଡ୍‌ରେ ସ୍ୱାସ୍ଥ୍ୟକର୍ମୀ ବାନ୍ଧି ଦେଇଥିବା ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ୧୧,୦୦୦ ଟଙ୍କା ଦେବାରେ ବିଫଳ ହେବା ପରେ ଡାକ୍ତରଖାନା ପ୍ରଶାସନ ତାଙ୍କ ଗୋଡ ଓ ହାତକୁ ଶଯ୍ୟାରେ ବାନ୍ଧି ରଖିଥିଲା ।

ସେପଟେ ଏହି ଫଟୋ ଭାଇରାଲ ହେବା ପରେ ଜିଲ୍ଲା ଡାକ୍ତରଖାନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହା ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ବିଷୟରେ ଧ୍ୟାନ ଦେଇ ଦୋଷୀ ସାବ୍ୟସ୍ତ ହେଲେ ଶାଜାପୁର ସ୍ଥିତ ଡାକ୍ତରଖାନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ଅନ୍ୟପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛି ଯେ, ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ସେ ନିଜକୁ ଆଘାତ ପହଞ୍ଚାଇବାର ଆଶଙ୍କା ଥିବାରୁ ଆମେ ତାଙ୍କ ହାତ ଓ ଗୋଡ ବାନ୍ଧି ରଖିଥିଲୁ ।

Leave A Reply

Your email address will not be published.