Latest Odisha News

BREAKING NEWS

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ, କଲେଜ

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ  ସ୍କୁଲ-କଲେଜ୍ ବନ୍ଦ ରହିଛି। ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସମ୍ଭାବନା ରହିଛି। ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି, ସମଗ୍ର ଦେଶରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଅଗଷ୍ଟ ୧୫ ପରେ ଖୋଲିପାରେ।

କରୋନା କାରଣରୁ ଏବେ ଚାରିଆଡ଼େ କଟକଣା ଜାରିରହିଛି। ସ୍କୁଲ, କଲେଜ ଆଦି ବନ୍ଦ ହୋଇରହିବା ସହିତ ପିଲାମାନେ ଘରେ ରହି ଅନଲାଇନରେ ପାଠ ପଢୁଛନ୍ତି। ତେବେ କରୋନା ସଙ୍କଟ ଶେଷ ନହୋଇଥିବା କାରଣରୁ ଅଗଷ୍ଟ ୧୫ ପରେ ଯାଇ ସ୍କୁଲ, କଲେଜ ଖୋଲା ଯାଇପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପୂରା ଦେଶରେ ମାର୍ଚ୍ଚ ୧୬ରୁ ସ୍କୁଲ ଓ କଲେଜ୍ ବନ୍ଦ ରହିଛି। ସମଗ୍ର ଦେଶର ପ୍ରାୟ ୩୩ କୋଟି ଛାତ୍ର-ଛାତ୍ରୀ ଏହି ଭ୍ରମରେ ପଡି ଯାଇଛନ୍ତି ଯେ, କେବେ ସ୍କୁଲ ଖୋଲିବ। ମାନବ ସମ୍ବଳ ମନ୍ତ୍ରୀ କହିଛନ୍ତି, ଆମେ ଉଦ୍ୟମ କରୁଛୁ ଯେ, ଅଗଷ୍ଟ ୧୫ ସୁଦ୍ଧା ସବୁ ପରୀକ୍ଷାର ସବୁ ରେଜଲ୍ଟ ଘୋଷଣା ହୋଇଯାଉ। ତେଣୁ ଅଗଷ୍ଟ ମାସରେ ସ୍କୁଲ-କଲେଜ ଖୋଲିଯିବ ବୋଲି ଆମେ ଆଶା  କରୁଛୁ ।

Leave A Reply

Your email address will not be published.