Latest Odisha News

BREAKING NEWS

ପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ନିର୍ବାଚିତ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ

ଭୁବନେଶ୍ୱର- ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପ୍ରଦାନ କରିବାକୁ ସରକାର ଆଉ ଏକ ଦୃଢ ପଦକ୍ଷେପ ନେଇଛନ୍ତି । ଏଣିକି ପ୍ରତି ବର୍ଷ ନିଜ ନିଜର ସଂପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରିବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ଜନ ପ୍ରତିନିଧି । ଏଥିରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅଛନ୍ତି । ପ୍ରତି ବର୍ଷ ଏହି ଲୋକ ପ୍ରତିିନିଧିମାନେ ନିଜ ନିଜର ସଂପତ୍ତି ତାଲିକା ସାର୍ବଜନୀନ କରିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆ ଯାଇଛି ।

କେବଳ ଜନପ୍ରତିନିଧି ନୁହନ୍ତି, ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ । ସାଧାରଣ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅମଲାତନ୍ତ୍ରର ସର୍ବୋଚ୍ଚ
ପଦରେ ଥିବା ମୁଖ୍ୟ ଶାସନ ସଚିବଙ୍କ ପ୍ରତି ଏହା ବାଧ୍ୟତାମୂଳକ ବୋଲି କୁହାଯାଇଛି ।
ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ ନିଜ ନିଜ ସଂପତ୍ତିର ତାଲିକା ଦେବା ପରେ ତାର ଏକ ନକଲ ଲୋକାୟୁକ୍ତଙ୍କୁ ପ୍ରତିବର୍ଷ ପଠାଯିବ ।

Leave A Reply

Your email address will not be published.