Latest Odisha News

BREAKING NEWS

ବାତିଲ ହେଲା ଉପନିର୍ବାଚନ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ମଙ୍ଗଳବାର କହିଛନ୍ତି ଯେ ଆସାମ, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନକୁ ବାତିଲ କରିଦିଆଯାଇଛି ।

ନିର୍ବାଚନ ପରିଚାଳନାରେ ଅସୁବିଧା ଏବଂ ଏହା ସହ ଜଡିତ ପ୍ରସଙ୍ଗଗୁଡିକୁ ନେଇ ରାଜ୍ୟ ମୁଖ୍ୟ ସଚିବଙ୍କ ସହିତ ଆଲୋଚନା ପରେ ନିର୍ବାଚନ କମିଶନ ଏହି ନିଷ୍ପତି ନେଇଛନ୍ତି ।

କମିଶନ ଆହୁରି କହିଛନ୍ତି ଯେ ବିହାରର ଏକ ସଂସଦୀୟ ନିର୍ବାଚନମଣ୍ଡଳୀ ଏବଂ ମଣିପୁରର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନଭେମ୍ବର ୭ ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଛତିଶଗଡ, ଗୁଜରାଟ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ଓଡ଼ିଶା, ତେଲେଙ୍ଗାନା ଏବଂ ୟୁପିରେ ନିର୍ବାଚନ ନଭେମ୍ବର ୩ ଅନୁଷ୍ଠିତ ହେବ । ଭୋଟ ଗଣନା ତାରିଖ ପାଇଁ ନଭେମ୍ବର ୧୦ ତାରିଖ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.