Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଅପରାହ୍ଣରେ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ହେବ ତାରିଖ ଘୋଷଣା । ଆଜି ଅପରାହ୍ଣରେ ଦିଲ୍ଲୀ ବିଜ୍ଞାନ ଭବନରେ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ସରୁଛି । ସେହି ଅନୁସାରେ ତା’ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ଅପରାହ୍ଣ ୩ଟାରେ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିଶନ ।

୨୦୧୭ ମସିହା ଜୁଲାଇ ୧୭ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତାର ତିନିଦିନ ପରେ ଜୁଲାଇ ୨୦ରେ ବିଧିବଦ୍ଧ ଭାବେ ଫଳ ଘୋଷଣା କରାଯାଇଥିଲା । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକ ଏବଂ ଲୋକସଭା ଓ ରାଜ୍ୟସଭା ସାଂସଦ ଭୋଟ୍ ଦେଇ ରାଷ୍ଟ୍ରପତି ନିର୍ବାଚନ କରିଥାନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ମୋଟ ୭୭୬ ସାଂସଦ ମତଦାନ କରିବେ । ଯେଉଁଥିରେ ଲୋକସଭାର ୫୪୩ ଜଣ ସଦ୍ୟସ ରହିଥିବା ବେଳେ ରାଜ୍ୟସଭାରେ ୨୩୩ ସଦସ୍ୟ ଅଛନ୍ତି । ତାଛଡ଼ା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଧାୟକ ମତଦାନ କରିବେ ।

Leave A Reply

Your email address will not be published.