Latest Odisha News

BREAKING NEWS

ରାଜଧାନୀରେ ଡେଙ୍ଗୁ ନେଲା ପୂର୍ବତନ ପୋଲିସ ଅଧିକାରୀଙ୍କ ଜୀବନ

ଭୁବନେଶ୍ୱର: ବର୍ଷା ଋତୁ ଆରମ୍ଭ ପୂର୍ବରୁ ରାଜଧାନୀରେ ଡେଙ୍ଗୁ ଜଣଙ୍କ ଜୀବନ ନେଇଛି । ସୂଚନା ଅନୁସାରେ, ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ । ପୂର୍ବତନ ଅତିରିକ୍ତ ଡିସିପି ଶୁଭ୍ରାଂଶୁ ସେଠୀ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦେହରେ ଜର ଥିଲା । ପରୀକ୍ଷା ପରେ ଜଣାପଡ଼ିଥିଲା ତାଙ୍କୁ ଡେଙ୍ଗୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର ଦେହାନ୍ତ ହୋଇଛି ।

ବିଏମସିର ବିଭିନ୍ନ ୱାର୍ଡରେ ଡେଙ୍ଗୁ ସଂକ୍ରମଣ ମାମଲା ସାମ୍ନାକୁ ଆସିବାରେ ଲାଗିଛି । କେବଳ ୩ ନମ୍ବର ୱାର୍ଡରେ ଡେଙ୍ଗୁରେ ୪ ଶହରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ନିଳାଦ୍ରୀ ବିହାର ଓ ଡମଣାରେ ୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ଆହୁରି ବଢ଼ିପାରେ ।

ଡେଙ୍ଗୁରେ ଜଣଙ୍କର ମୃତ୍ୟୁପରେ ବିଏମସି କମିଶନର ସୁଲୋଚନା ଦାସ ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, ଡମଣା ଓ ଶ୍ରୀ ବିହାର ପରିଦର୍ଶନ କରିଛନ୍ତି । ଉକ୍ତ ଅଞ୍ଚଳରେ ସଫେଇ ଓ ଡ୍ରେନେଜ୍ ବ୍ୟବସ୍ଥା ପରଖିଛନ୍ତି ମେୟର । ତୁରନ୍ତ ଡ୍ରେନ୍ ସଫା ସହ ପାଣି ଜମି ରହୁଥିବା ସ୍ଥାନକୁ ପୋତିବାକୁ ବିଏମସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡେଙ୍ଗୁରୁ ଲୋକଙ୍କୁ ରକ୍ଷା କରିବା ପାଇଁ ବିଏମସି ସଚେତନତା ଅଭିଯାନ କରିବ ବୋଲି କହିଛନ୍ତି ମେୟର ।

Comments are closed.