Latest Odisha News

BREAKING NEWS

ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋୟଲ

ନୂଆଦିଲ୍ଲୀ: ଲୋକସଭା  ନିର୍ବାଚନ ୨୦୨୪ ଘୋଷଣା ହେବାକୁ ଆଉ  କିଛି  ଦିନ ବାକି ଥିବା ବେଳେ ନିଜ ପଦରୁ  ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋୟଲ। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ ମଧ୍ୟ କରି ନେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଏବଂ ଦୁଇ ନିର୍ବାଚନ କମିଶନରଙ୍କୁ ନେଇ ନିର୍ବାଚନ ଆୟୋଗ ଗଠିତ । ପୂର୍ବରୁ  ନିର୍ବାଚନ କମିଶନର ପଦ ଖାଲି ପଡ଼ିଛି । ବର୍ତ୍ତମାନ ଅରୁଣ ଗୋୟଲଙ୍କ ଇସ୍ତଫା ପରେ ମୁଖ୍ୟ ଦାୟିତ୍ୱ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାନ୍ଧରେ ପଡ଼ିଛି ।

ଆସନ୍ତା ସପ୍ତାହରେ  ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି । ଗୋୟଲଙ୍କ କର୍ଯ୍ୟକାଳ ଡିସେମ୍ୱର ୨୦୨୭ ପର୍ଯ୍ୟନ୍ତ ଥିଲା । ଆଇନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଗୋୟଲଙ୍କ ଇସ୍ତଫା ଶନିବାର ଦିନ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ଗୋୟଲ କାହିଁକି ଇସ୍ତଫା ଦେଇଛନ୍ତି ତାହା ଜଣାପଡ଼ି ନାହିଁ । ଫେବୃଆରୀରେ ଅନୁପ ପାଣ୍ଡେଙ୍କ ଅବସର  ଓ  ବର୍ତ୍ତମାନ  ଅରୁଣ ଗୋୟଲଙ୍କ ଇସ୍ତଫା ପରେ ତିନି ଜଣିଆ ନିର୍ବାଚନ ଆୟୋଗ କମିଟିରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଜଣେ ମାତ୍ର ସଦସ୍ୟ ଅଛନ୍ତି ।

ଅରୁଣ ଗୋୟଲ  ପଞ୍ଜାବ କ୍ୟାଡର  ୧୯୮୫ ବ୍ୟାଚର ଆଇଏଏସ୍ ଅଧିକାରୀ ଥିଲେ । ସେ ୨୦୨୨  ନଭେମ୍ୱରରେ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.