Latest Odisha News

BREAKING NEWS

ଖରାଦିନେ ବି ଚେହେରା କରିବ ଗ୍ଲୋ, ଲଗାନ୍ତୁ ଏହି ଫେସପ୍ୟାକ, ତାହା ବି ପୁଣି ଘରୋଇ ଉପାୟରେ

ଭୁବନେଶ୍ଵର: ଖରାଦିନ ହେଉଁ କିମ୍ବା ଶୀତଦିନ ସବୁ ଋତୁରେ ତ୍ଵଚାକୁ ଗ୍ଲୋଇଙ୍ଗ ରଖିବାକୁ କିଏ ବା ନଚାହେଁ । କିଏ ବା ନ ଚାହିଁବ ଯେ ସେମାନଙ୍କର ତ୍ଵଚା ଦାଗହୀନ, ଉଜ୍ଜ୍ୱଳ ଏବଂ ଚକଚକିଆ ଦେଖାଯାଉ? ବିଶେଷକରି ଝିଅମାନେ ସେମାନଙ୍କର ତ୍ଵଚାକୁ ନେଇ ବହୁତ ସଚେତନ ଥାଆନ୍ତି ଏବଂ ଏଥିପାଇଁ ସେମାନେ ପ୍ରାୟତଃ ସମୟ ପାର୍ଲର ସେଠାରେ ମହଙ୍ଗା ଫେସିଆଲ ଏବଂ ସ୍କ୍ରବ୍ ମଧ୍ୟ କରନ୍ତି । ତେବେ ବର୍ତ୍ତମାନ ଆପଣଙ୍କୁ ଆଉ ପାର୍ଲରକୁ ଯାଇ ଅଯଥା ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆମେ ଆପଣଙ୍କୁ ଏକ ଏପରି ଫେସପ୍ୟାକ ବିଷୟରେ କହିବୁ ଯାହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରି ବ୍ୟବହାର କରିପାରିବେ । ଯାହାପରେ ଆପଣଙ୍କ ଚେହେରା ପୁରା ଗ୍ଲୋ କରିବ । ଆପଣ ସମସ୍ତେ ମୁଲତାନି ମାଟି ବିଷୟରେ ତ ନିଶ୍ଚୟ ଶୁଣିଥିବେ । ଆଜ୍ଞା ହଁ ତ୍ଵଚାକୁ ସୁନ୍ଦର ରଖିବାରେ ମୁଲତାନି ମାଟିର ଭୁମିକା ଗୁରୁତ୍ଵପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ମୁଲତାନି ମାଟିକୁ କିପରି ଆପଣ ସହଜରେ ଘରୋଇ ଉପାୟରେ ବ୍ୟବହାର କରିପାରିବେ ।

ମୁଲତାନି ମାଟି ତ୍ଵଚାରୁ ତେଲିଆ ଅଂଶ ଦୂର କରିଥାଏ । କେବଳ ଏତିକି ନୁହେଁ, ଏହା ଚେହେରାରେ ଥିବା ବିଭିନ୍ନ ଦାଗ କମେଇବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ପ୍ରଦୂଷଣ, ଧୂଳି ଏବଂ ଡେଡ୍ ସ୍କିନ ସେଲଗୁଡ଼ିକୁ ବାହାର କରିବାରେ କାର୍ଯ୍ୟ କରିଥାଏ | ଯଦି ଆପଣ ନିୟମିତ ଭାବରେ ମୁଲତାନି ମାଟି ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ତ୍ଵଚାରେ ଥିବା ସନ ଟ୍ୟାନକୁ ମଧ୍ୟ ଦୁର କରିଥାଏ । ଏଥିପାଇଁ ଆପଣଙ୍କୁ ମୁଲତାନି ମାଟିରେ ଏହି ପ୍ୟାକ ପ୍ରସ୍ତୁତ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ କେବଳ ୫ଟି ଜିନିଷ ଆବଶ୍ୟକ ପଡିବ ।

ଆବଶ୍ୟକୀୟ ଉପକରଣ

  1. ଦୁଇ ଟେବୁଲ୍ ଚାମଚ ମୁଲତାନି ମାଟି
  2. ଗୋଟେ କର୍ପୁର
  3. ଗୋଟିଏ ଚାମଚ ଗୋଲାପ ଜଳ
  4. ଗୋଟେ ଚାମଚ୍ ମହୁ(ମହୁ ସ୍ଥାନରେ ଆପଣ ଦହି ମଧ୍ୟ ନେଇପାରିବେ)
  5. ସାମାନ୍ୟ ହଳଦୀ

କିପରି ପ୍ରସ୍ତୁତ କରିବେ ପ୍ୟାକ

ମୁଲତାନି ମାଟି ଫେସ୍ ପ୍ୟାକ୍ ତିଆରି କରିବାକୁ ପ୍ରଥମେ ମୁଲତାନି ମାଟିକୁ ଭଲଭାବରେ ଚୁନା କରି କର୍ପୁର ସହ ଭଲଭାବରେ ମିଶାନ୍ତୁ । ବର୍ତ୍ତମାନ ଏଥିରେ ଏକ ଚାମଚ ଗୋଲାପ ଜଳ, ୨ ଚୁଟକି ହଳଦୀ, ଏକ ଚାମଚ ମହୁ/ଦହି ମିଶାଇ ଏକ ସୁନ୍ଦର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ପୁରା ମୁହଁ ଏବଂ ବେକରେ ଭଲଭାବରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ | ଏହା ଶୁଖିଗଲା ପରେ ଭଲଭାବରେ ମୁହଁକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ । ତେବେ ଯଦି ଆପଣଙ୍କର ତେଲିଆ ତ୍ଵଚା ହୋଇଥିବ ତେବେ ଏହି ପ୍ୟାକରେ ଆପଣ ମହୁ କିମ୍ବା ଦହି ନମିଶାଇଲେ ମଧ୍ୟ ଚଳିବ । କିନ୍ତୁ ଯଦି ଆପଣଙ୍କର ଡ୍ରାଏ ସ୍କିନ୍ ତେବେ ଏହି ଫେସପ୍ୟାକରେ ଆପଣ ସାମାନ୍ୟ ମହୁ କିମ୍ବା ଦହି କିମ୍ବା ନଡିଆ ତେଲ ମିଶାଇପାରିବେ ।

 

Leave A Reply

Your email address will not be published.