Latest Odisha News

BREAKING NEWS

ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ୨ ଦିନ ବାକି ଅଛି। ତେବେ ଚଳିତ ଲୋକସଭା ନିର୍ବାଚନରେ ଅର୍ଥବଳ ଓ ପ୍ରଲୋଭନ ଉପରେ ନିର୍ବାଚନ କମିଶନଙ୍କ ଦୃଢ଼ ଓ ସମନ୍ୱିତ ଚଢାଉ ଜାରି ରହିଛି । ଏସବୁକୁ ରୋକିବା ପାଇଁ ନିର୍ବାଚନ କମିଶନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁସାରେ ନିର୍ବାଚନର ମାହୋଲ ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ ଜବତ ହୋଇଥିବା ସମସ୍ତ ଜିନିଷ ସଂଖ୍ୟା ୮୮୮୯ କୋଟିରେ ପହଞ୍ଚିଛି । ସେଥିମଧ୍ୟରୁ ୪୫% ନିଶା ଦ୍ରବ୍ୟ ।

ନିର୍ବାଚନରେ ନିଶା କାରବାର ତଥା ଅର୍ଥର ଭୂମିକାକୁ ମୂଳପୋଛ କରିବା ପାଇଁ ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ବିରୋଧରେ ଏଜେନ୍ସିଗୁଡ଼ିକର ସଠିକ ଗୁଇନ୍ଦା ଭିତ୍ତିକ ସହଯୋଗୀ ପ୍ରୟାସ ସମୟର ଆବଶ୍ୟକତା ରହିଛି ଏବଂ ଏହା ଦ୍ୱାରା ଯୁବକମାନଙ୍କ ଭବିଷ୍ୟତ ତଥା ଦେଶକୁ ସୁରକ୍ଷିତ ରଖାଯାଇପାରିବ । ଡ୍ରଗ୍ସ ଜବତ ର ଅବଦାନ ହେଉଛି ୩୯୫୮ କୋଟି ଟଙ୍କା, ଯାହା କି ମୋଟ ଜବତର ୪୫% ଅଟେ ।

ସିଇସି ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱରେ କମିଶନ, ଇସି ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁଙ୍କ ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜିଙ୍କ ସହ ବୈଠକ କରି ଏନସିବିର ଉତ୍ସର୍ଗୀକୃତ ନୋଡାଲ ଅଫିସରଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ବିଶ୍ଳେଷଣ ଭିତ୍ତିକ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେହିଭଳି ଚଳିତ ନିର୍ବାଚନ ସମୟରେ ଡିଆରଆଇ, ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିର ସକ୍ରିୟ ସଂପୃକ୍ତି ସୁନିଶ୍ଚିତ କରାଯାଇଥିଲା। ନିର୍ବାଚନ ଘୋଷଣା ହେବାର ଦୁଇ ମାସ ମଧ୍ୟରେ ଏହି ସବୁ ପଦକ୍ଷେପ ଯୋଗୁଁ ବଡ଼ ଧରଣର ଜବତ ହୋଇପାରିଛି।

ଗତ ୩ଟି ପର୍ଯ୍ୟାୟରେ ପ୍ରଚାରର ତୀବ୍ରତା ବଢ଼ୁଥିବାରୁ ପ୍ରଲୋଭନ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବାର ପ୍ରୟାସ ଉପରେ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସିଇଓ ଓ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ସତର୍କତା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗଦ୍ୱାରା ଡ୍ରଗ୍ସ ଏବଂ ଅନ୍ୟାନ୍ୟ ପ୍ରଲୋଭନ ବିରୋଧରେ ଅଭିଯାନ ଜାରି ରହିବ ।

 

Leave A Reply

Your email address will not be published.