Latest Odisha News

BREAKING NEWS

ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ

ନୂଆଦିଲ୍ଲୀ: ୨୫ ତାରିଖରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ରାଜଧାନୀ ଦିଲ୍ଲୀରେ ହେବ ମତଦାନ । ନିର୍ବାଚନ ଆୟୋଗଙ୍କ ତରଫରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଘରେ ବସି ଭୋଟ ଦେବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆରମ୍ଭ ହୋଇଛି ବୟସ୍କଙ୍କ ପାଇଁ ସ୍ଵତନ୍ତ୍ର ଭୋଟିଂ । ଏହାରି ଭିତରେ ଘରେ ବସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପ ରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ମୁରଲୀ ମନୋହର ଯୋଶୀ।

ନିର୍ବାଚନ ଆୟୋଗଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ସ୍ଵତନ୍ତ୍ର “ହୋମ ଭୋଟିଂ” ବ୍ୟବସ୍ଥା ୨୪ ମେ’ ପର୍ଯ୍ୟନ୍ତ ଜାରି ରହିବ । ତେବେ ଆଜି ସୁଦ୍ଧା ଦିଲ୍ଲୀର ସମସ୍ତ ୭ଟି ସଂସଦୀୟ କ୍ଷେତ୍ରରେ ମୋଟ ୧୪୦୯ ଜଣ ଭୋଟର ଘରେ ରହି ସେମନାଙ୍କ ମତଦାନ କରିଛନ୍ତି । ପଶ୍ଚିମ ଦିଲ୍ଲୀ ନିର୍ବାଚନ ଯେତ୍ରରେ ସବୁଠାରୁ ଅଧିକ ୩୮୯ଟି ଭୋଟ ପଡିଛି । ଯେଉଁଥିରେ ୨୯୯ ଜଣ ବୟସ୍କ । ସେହିପରି ପ୍ରଥମ ଦିନରେ ୧୪୮୨ ଜଣଙ୍କ ଘରେ ପହଞ୍ଚି ସେମାନଙ୍କ ଭୋଟ ସଂଗ୍ରହ କରାଯାଇଥିଲା। ଆଜି ବି ନିର୍ବାଚନ ଅଧିକାରୀମାନେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଗ୍ରହଣ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ପୂରା ଦିଲ୍ଲୀରେ ୫,୪୦୬ ଜଣ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଘରେ ରହି ଭୋଟ ଦେବେ । ୨୪ ତାରିଖ ଭିତରେ ନିର୍ବାଚନ ଅଧିକାରୀମାନେ ଏମାନଙ୍କୁ ଠାରୁ ଭୋଟ ସଂଗ୍ରହ କରିବେ। ଏହାପରେ ମେ’ ୨୫ରେ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ସାଧାରଣ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

Leave A Reply

Your email address will not be published.