Latest Odisha News

BREAKING NEWS

ସାଧାରଣ ଶ୍ରମିକରୁ ଲଟେରୀ କିଙ୍ଗ୍, କିଏ ଏହି ସାଣ୍ଟିଆଗୋ ମାର୍ଟିନ୍

ନୂଆଦିଲ୍ଲୀ: କିଏ କେତେ ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି ସେ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗ ନିଜ ୱେବସାଇଟରେ ଅପଲୋଡ କରିଛି । ନିର୍ବାଚନୀ ବଣ୍ଡ କ୍ରେତା ତାଲିକାରେ ୨୧୩ ଜଣ ଏପରି ଅଛନ୍ତି ଯେଉଁମାନେ ୧୦ କୋଟିରୁ ଅଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ କିଣିଛନ୍ତି । ନିର୍ବାଚନ ଆୟୋଗ ଦ୍ଵାରା ତଥ୍ୟ ପ୍ରକାଶିତ ହେବା ପରେ ଏପରି ଜଣଙ୍କ ନାମ ସାମ୍ନାକୁ ଆସିଲା ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ବାସ୍ତବରେ ପ୍ରକାଶିତ ତାଲିକାରେ ସର୍ବାଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ ଲଟେରୀ କିଙ୍ଗ ସାଣ୍ଟିଆଗୋ ମାର୍ଟିନ୍ କିଣିଛନ୍ତି । ଯିଏକି ଏକଦା ଜଣେ ସାଧାରଣ ଶ୍ରମିକ ଥିଲେ ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସବିଆଇ ନିର୍ବାଚନ ବଣ୍ଡର ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦେଇଛି। ଏହା ପରେ ଗତକାଲି ନିର୍ବାଚନ ଆୟୋଗ ଏହି ସମସ୍ତ ତଥ୍ୟ ନିଜ ୱେବସାଇଟରେ ଅପଲୋଡ୍ କରିଛନ୍ତି । ପ୍ରକାଶ ଯେ, ୧୩୬୮ କୋଟି ଟଙ୍କା ମୂଲ୍ୟର ସର୍ବାଧିକ ନିର୍ବାଚନ ବଣ୍ଡ ଫ୍ୟୁଚର ଗେମିଙ୍ଗ ଏବଂ ହୋଟେଲ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ କ୍ରୟ କରିଛି । ଏହାକୁ ସାଣ୍ଟିଆଗୋ ମାର୍ଟିନ ପରିଚାଳନା କରନ୍ତି, ଯିଏକି ଲଟେରୀ କିଙ୍ଗ ଭାବରେ ମଧ୍ୟ ଜଣାଶୁଣା |

ସାଣ୍ଟିଆଗୋ ମାର୍ଟିନ ଚାରିଟେବୁଲ ଟ୍ରଷ୍ଟ ଅନୁଯାୟୀ, ସାଣ୍ଟିଆଗୋ ମାର୍ଟିନ ଏକଦା ଜଣେ ସାଧାରଣ ଶ୍ରମିକ ଥିଲେ। ସେ ମିଆଁମାରର ୟଙ୍ଗୁନରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ପରେ ସାଣ୍ଟିଆଗୋ ମାର୍ଟିନ ଭାରତକୁ ଫେରି ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସାଣ୍ଟିଆଗୋ ମାର୍ଟିନ୍ ୧୯୮୮ରେ ମିଆଁମାରରୁ ଭାରତ ଫେରିଥିଲେ। ତା’ପରେ ସାଣ୍ଟିଆଗୋ ମାର୍ଟିନ ତାମିଲନାଡୁରେ ଏକ ଲଟେରୀ ବ୍ୟବସାୟ ଆରମ୍ଭ କଲେ । ଏହା ପରେ ସାଣ୍ଟିଆଗୋ ମାର୍ଟିନ ନିଜର ଲଟେରୀ ବ୍ୟବସାୟକୁ ଧିରେ ଧିରେ କର୍ଣ୍ଣାଟକ ଏବଂ କେରଳକୁ ବିସ୍ତାର କରିଥିଲେ । ଦେଖୁ ଦେଖୁ ସାଣ୍ଟିଆଗୋ ମାର୍ଟିନ ତାଙ୍କ ଲଟେରୀ ବ୍ୟବସାୟ ପୁରା ଉତ୍ତର-ପୂର୍ବ ଭାରତକୁ ବିସ୍ତାରିତ କରିଥିଲେ ​।

ଏହାପରେ, ଉତ୍ତର ପୂର୍ବ ଭାରତରେ ସରକାରୀ ଲଟେରୀ ଯୋଜନା ସହିତ ଜଡିତ ହୋଇଥିଲେ ମାର୍ଟିନ୍ । ଏହା ପରେ ସାଣ୍ଟିଆଗୋ ମାର୍ଟିନ ଭୁଟାନ ଏବଂ ନେପାଳ ପର୍ଯ୍ୟନ୍ତ ନିଜର ବ୍ୟବସାୟକୁ ବିସ୍ତାର କରିଚାଲିଲେ । ଶେଷରେ ସାଣ୍ଟିଆଗୋ ମାର୍ଟିନ ଲଟେରୀ କିଙ୍ଗ ଭାବରେ ପ୍ରସିଦ୍ଧ ହୋଇଗଲେ । ଧିରେ ଧିରେ ଅଧିକ ଅର୍ଥ ରୋଜଗାର କରିବାକୁ, ସାଣ୍ଟିଆଗୋ ମାର୍ଟିନ୍ କନଷ୍ଟ୍ରକସନ, ରିଏଲ୍ ଇଷ୍ଟେଟ୍, ବୟନ ଏବଂ ହୋଟେଲ ଇଣ୍ଡଷ୍ଟ୍ରିରେ ଟଙ୍କା ବିନିଯୋଗ କରିଥିଲେ । ଏହି କ୍ଷେତ୍ରଗୁଡିକରୁ ମଧ୍ୟ ଭଲ ପରିମାଣର ଅର୍ଥ ଉପାର୍ଜନ କରୁଛନ୍ତି ମାର୍ଟିନ୍ ।

 

Leave A Reply

Your email address will not be published.