Latest Odisha News

BREAKING NEWS

ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର

ନୂଆଦିଲ୍ଲୀ: ନର୍ବାଚନ କମିଶନର ଭାବେ ଆଜି ଦାୟିତ୍ବ ଗ୍ରହଣ କଲେ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉଭୟଙ୍କୁ ସ୍ବାଗତ କରିଛନ୍ତି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି (ଗୁରୁବାର) ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ଉଭୟେ ଦାୟିତ୍ବ ଗ୍ରହଣ କରିଛନ୍ତି । ନିର୍ବାଚନ ଆୟୋଗର ଦୁଇଟି ଖାଲି ପଦବୀରେ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଉଚ୍ଚସ୍ତରୀୟ ଚୟନ ବୋର୍ଡ ବୈଠକ ପରେ ନୂଆ ନିର୍ବାଚନ କମିଶନର ଭାବେ ଉଭୟଙ୍କୁ ନିଯୁକ୍ତ କରାଯାଇଥିଲା । ଫେବୃଆରୀ ୧୪ ତାରିଖରେ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ମାର୍ଚ୍ଚ ୮ ତାରିଖରେ ଅରୁଣ ଗୋୟଲଙ୍କ ଇସ୍ତଫା ପରେ ନିର୍ବାଚନ ଆୟୋଗରେ ଦୁଇଟି ପଦବୀ ଖାଲି ପଡିଥିଲା ।

ଜ୍ଞାନେଶ କୁମାର ହେଉଛନ୍ତି ୧୯୮୮ ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅଧିକାରୀ । ସେ ବିଭିନ୍ନ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଥିଲେ । ୨୦୨୨ ମସିହାରେ ତାଙ୍କୁ ସମବାୟ ମନ୍ତ୍ରାଳୟର ସଚିବ ପଦ ମିଳିଥିଲା । ସେ ସଚିବ, ସମବାୟ ମନ୍ତ୍ରଣାଳୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

ସେହିପରି, ସୁଖବୀର ସିଂ ସାନ୍ଧୁ ମଧ୍ୟ ୧୯୮୮ ବ୍ୟାଚ୍ ଉତ୍ତରାଖଣ୍ଡ କ୍ୟାଡରର ଆଇଏସଅଧିକାରୀ । ସେ ଉତ୍ତରାଖଣ୍ଡ ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ତାଙ୍କର ଅଭିଜ୍ଞତା ଅଧିକ ରହିଛି । ଗତ ଜାନୁଆରୀ ୩୧ ତାରିଖରେ ସୁଖବୀର ଉତ୍ତରାଖଣ୍ଡ ମୁଖ୍ୟ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ ।

Leave A Reply

Your email address will not be published.