Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା

ଭୁବନେଶ୍ୱର: ଏଣିକି ବିଦ୍ୟୁତ ଆଘାତରେ ମୃତ୍ୟୁ ହେଲେ ମିଳିବ ଅଧିକ ଆର୍ଥିକ ସହାୟତା । ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଏନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କେବଳ ମୃତ୍ୟୁ ନୁହେଁ ବରଂ ବିଦ୍ୟୁତ୍ ତାର ଲାଗି ଆହତ ହେଲେ ମଧ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିବ ।ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା ମିଳିବ । ଶରୀର ୬୦ ପ୍ରତିଶତ ଜଳି ନଷ୍ଟ ହୋଇଥିଲେ ୨ ଲକ୍ଷ ଟଙ୍କା ମିଳିବ । ବିଦ୍ୟୁତ୍ ଆଘାତରେ ୪୦ରୁ ୬୦ ପ୍ରତିଶତ କ୍ଷତି ହୋଇଥିଲେ ୫୯ ହଜାର ୫ଶହ ଟଙ୍କା ମିଳିବ । ସେହିପରି ସପ୍ତାହରୁ ଅଧିକ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ ୧୨ ହଜାର ଟଙ୍କା ମିଳିବ । ସପ୍ତାହକରୁ କମ୍ ସମୟ ଚିକିତ୍ସା ହେଲେ ୪ ହଜାର ୫ଶହ ଟଙ୍କା ମିଳିବ । ତେବେ କେବଳ ମଣିଷ ନୁହେଁ ବିଦ୍ୟୁତ୍ ଆଘାତରେ ଯଦି ଗାଈ, ମଇଁଷି ମରନ୍ତି ତେବେ ୩୦ ହଜାର ଟଙ୍କା ମିଳିବ । ଛେଳି, ମେଣ୍ଢା, ଘୁଷୁରୀ ପ୍ରାଣ ହରାଇଲେ ୩ ହଜାର ଟଙ୍କା, କୁକୁଡା ଫାର୍ମ ନଷ୍ଟ ହୋଇଥିଲେ ୫ ହଜାର ଟଙ୍କା କ୍ଷତି ପୂରଣ ବାବଦକୁ ମିଳିବ । ଏନେଇ ରାଜ୍ୟ ସରକାର ବିଦ୍ୟୁତ ନିୟାମକ ଆୟୋଗଙ୍କୁ ସୁପାରିଶ କରିଛନ୍ତି ।

Leave A Reply

Your email address will not be published.